ବିଜେପି ଜାରି କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକ, ପୂର୍ବତନ ରାଜ୍ୟପାଳ ତାମିଲ ସାଇଙ୍କୁ ମିଳିଲା ଟିକେଟ

ନୂଆଦିଲ୍ଲୀ: ଆଜି ଗୁରୁବାର (୨୧ ମାର୍ଚ୍ଚ) ରେ ବିଜେପି ତାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ତାମିଲନାଡୁର ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏଥିରେ ତେଲେଙ୍ଗାନାର ରାଜ୍ୟପାଳ ଥିବା ତାମିଲସାଇ ସୁନ୍ଦରରାଜଙ୍କୁ ଚେନ୍ନାଇ ସାଉଥରୁ ଟିକେଟ ଦିଆଯାଇଛି ।

କୋଏମ୍ବାଟୁରରୁ ଲଢ଼ିବେ ରାଜ୍ୟ ବିଜେପି ସଭାପତି କେ. ଆନ୍ନାମଲାଇ ଏବଂ ନୀଳଗିରିସରୁ କେନ୍ଦ୍ର ମନ୍ତ୍ରୀ ଏଲ୍ ମୁରୁଗାନ୍ ଦଳ କରିଛି ପ୍ରାର୍ଥୀ । ଏହାବାଦ ଚେନ୍ନାଇ ସେଣ୍ଟ୍ରାଲରୁ ବିନୋଜ ପି ସେଲଭମ, ଭେଲ୍ଲୋରରୁ ଏସି ଶାନମୁଗମ, କୃଷ୍ଣଗିରିରୁ ସି ନରସୀମା, ପେରାମବାଲୁରରୁ ଟିଆର ପରବିନ୍ଧର, ଟୁତକୁଡ୍ଡିରୁ ଏନ ନଗେନ୍ଦ୍ରନ ଓ କନ୍ୟାକୁମାରୀରୁ ପି ରାଧାକ୍ରିଷ୍ଣନଙ୍କୁ ବିଜେପି ଟିକେଟ ଦେଇଛି । ଏହାପୂର୍ବରୁ ବିଜେପି ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।

tamilisai

ବିଜେପି ତାମିଲନାଡୁର ମୋଟ ୩୯ଟି ଲୋକସଭା ଆସନରୁ ୨୦ଟିରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଏହି ୨୦ଟି ଆସନ ମଧ୍ୟରୁ ଦଳ ଆଜି କେବଳ ୯ଟି ସ୍ଥାନରେ ପ୍ରାର୍ଥୀ ହେବାକୁ ଯାଉଥିବା ନେତାଙ୍କ ନାଁ ଘୋଷଣା କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+