୩ ରାଜ୍ୟରେ ସରକାର ଗଢିବ ବିଜେପି, ଜାଣନ୍ତୁ କିଏ ହେବେ ମୁଖ୍ୟମନ୍ତ୍ରୀ
BJP CM Face: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ବିଜେପିର ବିଜୟ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କଳ୍ପନାଜଳ୍ପନା ଲାଗି ରହିଛି । ଖବର ରହିଛି ଏହି 3 ରାଜ୍ୟରେ ଏଥର ବିଜେପି ମୁଖ୍ୟମନ୍ତ୍ରୀ ନୂଆ ଚେହେରା ବାଛିପାରେ । ସୂତ୍ରରୁ ପ୍ରକାଶ ଯେ ଏହି ତିନୋଟି ରାଜ୍ୟରେ ଜଣେ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଏଥର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଛନ୍ତି ଏକାଧିକ ଆଶାୟୀ ।
ବିଧାନସଭା ନିର୍ବାଚନ ପରେ ବିଜେପି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରି ନାହିଁ। ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସକୁ ପରାସ୍ତ କରି ଦଳ ଜିତିଛି। ସେହିପରି ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ସରକାର ରହିଛି । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୪ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ସେପଟେ ସବୁ ନେତା ହାଇକମାଣ୍ତ ଉପରେ ନିଷ୍ପତ୍ତି ଛାଡିଥିବା କୁହାଯାଉଛି ହେଲେ ନିଜ ସପକ୍ଷରେ ଜୋରଦାର ଲବି କରିବା ଆରମ୍ଭ କରିଦେଇଛନ୍ତି । ନିକଟରେ 70 ଜଣ ବିଧାୟକ ବସୁନ୍ଧରାଙ୍କୁ ଭେଟିଥିବାର ଖବର ରହିଛି । ସେହିପରି ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଦଳ ଆମକୁ ଯେଉଁ ଦାୟିତ୍ୱ ଦେଇଥିଲା, ଆମେ ତାହା ପୂରଣ କରୁଛୁ।

ରାଜସ୍ଥାନରୁ 4 ଜଣ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା । ବସୁନ୍ଧରା ରାଜେ ପୂର୍ବରୁ 2 ଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ରେସରେ ଆଉ ଜଣେ ମହିଳା ତଥା ଦିଆକୁମାରୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଦିଆକୁମାରୀ ରାଜସ୍ଥାନର ଲୋକପ୍ରିୟ ରାଣୀ ଗାୟତ୍ରୀ ଦେବୀଙ୍କ ନାତୁଣୀ ଏବଂ ସେ ବର୍ତ୍ତମାନ ସାଂସଦ ଅଛନ୍ତି ।
ଛତିଶଗଡରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ନିର୍ବାଚନରେ ବିଜୟୀ ହେବା ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ସମସ୍ତ ନିଜ ନିଜ ଢଙ୍ଗରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ହାଇକମାଣ୍ତକୁ ବାର୍ତ୍ତା ଦେଉଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ,ଛତିଶଗଡ଼ ଏକ ଆଦିବାସୀ ବହୁଳ ରାଜ୍ୟ । ଯଦି ଏଠାରେ ବିଜେପି ଜଣେ ଆଦିବାସୀ ଚେହେରାକୁ ମୁଖ୍ୟମନ୍ତ୍ରୀ କରିବାର ନିଷ୍ପତ୍ତି ନିଏ ତେବେ ପ୍ରଥମରେ ରହିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁ ଦେଉ ସାଏ । ସେହିପରି ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଅଲୱାରର ସାଂସଦ ଥିବା ବାବା ବାଲକନାଥ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ହେବା ଦୌଡରେ ରହିଛି ଅରୁଣ ସାଓ, ବିଜୟ ବାଘେଲ, ରାମବିଚାର ନେତମ ଏବଂ ଲତା ଉସେଣ୍ତିଙ୍କ ନାଁ ।
ମଧ୍ୟପ୍ରଦେଶରେ ମଧ୍ୟ ସମାନ ଦ୍ୱନ୍ଦ ଲାଗି ରହିଛି । ନିର୍ବାଚନରେ ବିଜୟୀ ହେବାପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା । ସେପଟେ କୁହାଯାଉଛି ଯେ, ଏଥର ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହେବା ନେଇ ଚିନ୍ତିତ ନୁହଁନ୍ତି କାରଣ ସେ ପୂର୍ବରୁ 4ଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି । ଜଣେ ଶୃଙ୍ଖଳିତ ନେତା ଭାବେ ସେ ହାଇକମାଣ୍ତର ନିର୍ଦ୍ଦେଶକୁ ନିଶ୍ଚୟ ସମ୍ମାନ ଜଣାଇବେ ।












Click it and Unblock the Notifications