ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରାରେ ମମତା ସରକାରଙ୍କ କଡା ନିର୍ଦ୍ଦେଶ

କଲକାତା: ଆରଜି.କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ କାର୍ଯ୍ୟାଳୟ ନବାନ୍ନ ଘେରାଉ କରିବା ବେଳେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି।

ଆନ୍ଦୋଳନ କରୁଥିବା ଛାତ୍ରଙ୍କୁ ଅଟକାଇବା ପାଇଁ ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ସହ ପାଣି ମାଡ କରାଯାଇଥିଲା। ଏହା ସତ୍ୱେ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଆଡକୁ ଅଗ୍ରସର ହେଉଥିବାରୁ ଲାଠି ଚାର୍ଜ କରିଛି ପୁଲିସ। ମମତାଙ୍କୁ ସୁରକ୍ଷା ଦେବାକୁ ସଚିବାଳୟ ମାର୍ଗରେ ୬ହଜାର ଯବାନ ମୁତୟନ ହେବା ସହ ଶହ ଶହ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅଭୟାଙ୍କୁ ନ୍ୟାୟ ଓ ମମତାଙ୍କ ଇସ୍ତଫା ଦାବି କରି କଲକାତାରେ ବଡ ବିକ୍ଷୋଭ କରୁଛନ୍ତି ଛାତ୍ର ସଂଗଠନ।

Mamata Banerjee

ସେପଟେ ବିଜେପି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା ପଶ୍ଚିମବଙ୍ଗରେ ବନ୍ଦ ଡାକରା ଦେଇଛି । ଆସନ୍ତାକାଲି ଦଳ ପକ୍ଷରୁ ପୂରା ବେଙ୍ଗଲରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ। ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏ ବନ୍ଦ ପାଳନ ହେବ ବୋଲି ଆଜି ବେଙ୍ଗଲ ବିଜେପି ମୁଖ୍ୟ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି।

ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆଜି ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଚାଲିଥିବା ନବାନ୍ନ ଅଭିଯାନ ରାଲିରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ୧୨ ଘଣ୍ଟିଆ ସାଧାରଣ ଧର୍ମଘଟରେ ଭାଗ ନ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ବନ୍ଦ ସତ୍ତ୍ୱେ ସ୍ୱାଭାବିକତା ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରଶାସନ ନିଶ୍ଚିତ କରିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଆଲାପାନ ବୃନ୍ଦୋପାଧ୍ୟାୟ କହିଛନ୍ତି ଯେ, ପରିବହନ ସେବା ଜାରି ରହିବ ଏବଂ ଦୋକାନ ଏବଂ ବ୍ୟବସାୟ ଖୋଲା ରହିବ ବୋଲି ଆଶା କରାଯାଉଛି। ଏଥିସହ ସରକାରୀ କର୍ମଚାରୀଙ୍କୁ କାମକୁ ଆସିବାକୁ ସେ ଅନୁରୋଧ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+