କେନ୍ଦ୍ରମନ୍ତ୍ରୀଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେପି, ହରିୟାଣାର ନିର୍ବାଚନ ପ୍ରଭାରୀ ହେଲେ ଧର୍ମେନ୍ଦ୍ର

ନୂଅଦିଲ୍ଲୀ: ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଫୋକସ୍ କରିଛି ବିଜେପି । ଚଳିତ ବର୍ଷ ମହାରାଷ୍ଟ୍ର ସହ ହରିୟାଣା, ଝାଡଖଣ୍ଡ ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଏହି ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି ।

dharmendra pradhan

ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରିଆଣା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଛି । ବିପ୍ଲବ କୁମାର ଦେବ ହରିୟାଣା ସହପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ମହାରାଷ୍ଟ୍ର ପାଇଁ ନିର୍ବାଚନ ପ୍ରଭାରୀ ତଥା ତଥା ସହପ୍ରଭାରୀ ଭାବରେ ଭୁପେନ୍ଦ୍ର ଯାଦବ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ଦାୟିତ୍ୱ ଦେଇଛି । ସେହିପରି ଝାଡ଼ଖଣ୍ଡ ପାଇଁ ଶିବରାଜ ସିଂହ ଚୌହାନଙ୍କୁ ନିର୍ବାଚନ ପ୍ରଭାରୀ ଏବଂ ହିମନ୍ତ ବିସ୍ୱଶର୍ମାଙ୍କୁ ସହପ୍ରଭାରୀ ନିଯୁକ୍ତ କରାଯାଇଛି । ଏହାସହିତ ଜମ୍ମୁ ଏବଂ କଶ୍ମୀର ପାଇଁ ଜି. କିଷାନ ରେଡ୍ଡୀଙ୍କୁ ନିର୍ବାଚନୀ ପ୍ରଭାରୀ ନିଯୁକ୍ତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+