ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କରିବାକୁ ବିଜେପି ମଙ୍ଗଳବାର ଘୋଷଣା କରିଛି।
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କରିବାକୁ ବିଜେପି ମଙ୍ଗଳବାର ଘୋଷଣା କରିଛି।

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ ୨୦ ଟି ନାମ ଉପରେ ଆଲୋଚନା ହୋଇଛି ଏବଂ ଆଦିବାସୀ ସମ୍ପ୍ରଦାୟର ପୂର୍ବ ଭାରତର ଜଣେ ମହିଳା ପ୍ରାର୍ଥୀ ଙ୍କୁ ବାଛିବାକୁ ନିଷ୍ପତ୍ତି ନିଆଯାଇଛି । ଝାଡ଼ଖଣ୍ଡର ଜଣେ ପୂର୍ବତନ ରାଜ୍ୟପାଳ ମୁର୍ମୁ ଦଳୀୟ ସଂଗଠନରେ ଅନେକ ପଦବୀରେ ଅଛନ୍ତି । ନିର୍ବାଚିତ ହେଲେ ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବେ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟ ଗୁଜରାଟ ସମେତ ଅନେକ ରାଜ୍ୟରେ ବହୁ ସଂଖ୍ୟକ ଆଦିବାସୀ ଅଛନ୍ତି।












Click it and Unblock the Notifications