୯ଟି ରାଜ୍ୟସଭା ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ଜାଣନ୍ତୁ କାହାକୁ କେଉଁଠାରୁ ମିଳିଲା ଟିକେଟ

ରାଜ୍ୟସଭା ଉପନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ତାଲିକା ଜାରି କରିଛି। ବିଜେପି ୮ଟି ରାଜ୍ୟର ୯ ରାଜ୍ୟସଭା ଆସନ ପାଇଁ ସୂଚୀ ଜାରି କରିଛି। ୯ ରାଜ୍ୟର ୧୨ ରାଜ୍ୟସଭା ସିଟ୍ ଲାଗି ୩ସେପ୍ଟେମ୍ବରରେ ମତଦାନ ହେବାକୁ ଅଛି । ନିର୍ବାଚନ ଆୟୋଗ ଏହାର କାର୍ଯ୍ୟକ୍ରମକୁ ବି ଘୋଷଣା କରି ଦେଇଛି ।

ଏହାପରେ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଦଳ ଏକ ପ୍ରେସ ରିଲିଜ ଜାରି କରି କହିଛି କି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ଭିନ୍ନ ଭିନ୍ନ ରାଜ୍ୟରେ ହେବାକୁ ଯାଉଥିବା ଆଗାମୀ ରାଜ୍ୟସଭା ଉପନିର୍ବାଚନ ଲାଗି କିଛି ଜଣଙ୍କ ନାଁ ଉପରେ ସ୍ଵୀକୃତି ଦେଇଛି । ଆସାମରୁ ଶ୍ରୀ ମିଶନ ରଞ୍ଜନ ଦାସ ଏବଂ ଶ୍ରୀ ରାମେଶ୍ୱର ତେଲି ଥିବା ବେଳେ ବିହାରର ଶ୍ରୀ ମନନ କୁମାର ମିଶ୍ରଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀଭାବେ ଚୟନ କରିଛି ବିଜେପି।

Rajya Sabha bypolls

ଅନ୍ୟପକ୍ଷରେ ହରିୟାଣାରୁ ଶ୍ରୀମତି କିରଣ ଚୌଧରୀ, ମଧ୍ୟପ୍ରଦେଶର ଶ୍ରୀ ଜର୍ଜ କୁରିୟନ, ମହାରାଷ୍ଟ୍ରର ଶ୍ରୀ ଧର୍ଯ୍ୟଶୀଳ ପାଟିଲ, ଓଡ଼ିଶାରୁ ମମତା ମହନ୍ତ, ରାଜସ୍ଥାନରୁ ସରଦାର ରବନୀତ ସିଂହ ବିଟ୍ଟୁ ଏବଂ ତ୍ରୀପୁରାରୁ ଶ୍ରୀ ରାଜୀବ ଭଟ୍ଟାଚାର୍ଯ୍ୟଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀଭାବେ ଚୟନ କରି ପ୍ରାର୍ଥୀ ତାଲିକା ଜାରି କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+