ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା: ବନ୍ଦ ଡାକରା ଦେଲା ବିଜେପି
Kolkata News: ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବର୍ତ୍ତମାନ ଆଶାନ୍ତ ହୋଇ ପଡିଛି ପଶ୍ଚିମବଙ୍ଗ । ଏହାରି ମଧ୍ୟରେ ବିଜେପି ବନ୍ଦ ଡାକରା ଦେଇଛି । ଆସନ୍ତାକାଲି ଦଳ ବେଙ୍ଗଲରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ ବୋଲି ବେଙ୍ଗଲ ବିଜେପି ମୁଖ୍ୟ ଶୁଭେନ୍ଦୁ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଥାଉ ଯେ, ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଆଜି ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ନାବାନ୍ନା ଘେରାଉ ଅଭିଯାନ ରାଲିରେ ହିଂସାକାଣ୍ତ ଦେଖିବା ପାଇଁ ମିଳିଥିଲା । ପୋଲିସ ଓ ବିକ୍ଷୋଭକାରୀଙ୍କ ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ପାଣି ମାଡ଼ କରିବା ସହ ଲାଠିଜାର୍ଜ ମଧ୍ୟ କରିଥିଲେ । ସେହିପରି ଆସନ୍ତାକାଲି ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ବେଙ୍ଗଲରେ ବନ୍ଦ ପାଳନ ହେବ ବୋଲି ଘୋଷଣା କରାଯାଇଛି ।
ସେହିପରି ଶାସକ ଦଳ କହିଛି ଯେ ଆସନ୍ତାକାଲି କୌଣସି ବନ୍ଦ ପାଳନ କରାଯିବ ନାହିଁ, ବିଜେପିର ବନ୍ଦ ଡାକରାକୁ ଅନୁମତି ଦିଆଯିବ ନାହିଁ। ମହୁଆ କହିଛନ୍ତି ଯେ ପୋଲିସ ଉପରେ ଇଟା ଫିଙ୍ଗା ଯାଇଥିଲା, ପୋଲିସ୍ ଆହତ ହୋଇଥିଲେ ଏବଂ ପୋଲିସର ଅତ୍ୟାଚାର ବିରୋଧରେ ବିଜେପି ଏକ ରାଲି ଡାକିଛି। ସେମାନେ ନ୍ୟାୟ ଚାହାଁନ୍ତି ନାହିଁ। ସେମାନେ କେବଳ ନିର୍ବାଚନରେ ବିଜୟୀ ନ ହୋଇ ସିଏମ୍ର ଚେୟାର ଧରିବାକୁ ଚାହୁଁଛନ୍ତି।












Click it and Unblock the Notifications