୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କଲା ବିଜେପି । ଏହି ପର୍ଯ୍ୟବେକ୍ଷକମାନେ ପ୍ରତ୍ୟେକ ରାଜ୍ୟରେ ବିଧାୟକଙ୍କ ସହ କଥାବାର୍ତ୍ତା କରିବେ ଏବଂ ଏହା ପରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରାଯିବ । ବିଜେପି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ରାଜସ୍ଥାନର ପର୍ଯ୍ୟବେକ୍ଷକ କରିପାରିଛି, ବିନୋଦ ତାୱଡେ ଏବଂ ସରୋଜ ପାଣ୍ଡେଙ୍କୁ ତାଙ୍କ ସହକାରୀ ସର୍ବେକ୍ଷଣକାରୀ ଭାବ ଚୟନ କରିଛି ଦଳ ।

ସେହିପରି ମଧ୍ୟପ୍ରଗେଶ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ପର୍ଯ୍ୟବେକ୍ଷାକ ଦାୟିତ୍ୱ ମିଳିଛି । ସେପଟେ ଛତିଶଗଡ଼ ପାଇଁ ଅର୍ଜୁନ ମୁଣ୍ତା, ସର୍ବାନନ୍ଦ ସୋନେୱାଲ ଏବଂ ଦୁଷ୍ୟନ୍ତ ଗୌତମଙ୍କୁ ଦଳ ଗୁରୁତ୍ୱପୂର୍ଣ୍ଣି ଦାୟିତ୍ୱ ଦେଇଛି । ଏହି ପର୍ଯ୍ୟବେକ୍ଷକମାନେ ଶନିବାର ଦିନ ସମସ୍ତ ତିନୋଟି ରାଜ୍ୟରେ ବିଧାନସଭା ପାର୍ଟି ବୈଠକରେ ଯୋଗ ଦେବେ । ପର୍ଯ୍ୟବେକ୍ଷକମାନେ ତିନୋଟି ରାଜ୍ୟକୁ ଯିବେ ଏବଂ ବିଧାୟକଙ୍କ ସହ ଆଲୋଚନା କରିବା ପରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସମସ୍ତ ତିନୋଟି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବା ଆଶଙ୍କା ରହିଛି ।

ତେବେ ଆଗକୁ ରହିଛି ସାଧାରଣ ନିର୍ବାଚରନ । ବର୍ତ୍ତଲମାନ ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେପରି ଦଳ ମଧ୍ୟରେ କୌଣସି ଫାଟ ସୃଷ୍ଟି ନ ହୁଏ ସେଥିପାଇଁ ବିଜେପି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ । ତିନି ରାଜ୍ୟର ନେତା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେ.ପି ନାଡ୍ଡାଙ୍କ ସମେତ ବରିଷ୍ଠ ଦଳର ନେତାଙ୍କୁ ଭେଟୁଛନ୍ତି, କିନ୍ତୁ ଉତ୍ସଗୁଡିକ ଏହାକୁ ଅଧିକ ଗୁରୁତ୍ୱ ଦେଉ ନାହାଁନ୍ତି ଏବଂ କହିଛନ୍ତି ଯେ ଏଭଳି ସଭା ନିତିଦିନିଆ ଅଟେ।

BJP Observers

୨୦୨୩ ବିଧାନସଭା ନିର୍ବାଚନରେ ୩ ରାଜ୍ୟ ଯଥା, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ବିଜେପି ବିଜୟ ହାସଲ କରିଛି । ହେଲେ ୫ ଦିନ ବିତିଗଲାଣି ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରାଯାଇ ନାହିଁ । ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ସମେତ ଦିୟ କୁମାରୀ, ବାବା ବାଳାନାଥ, ଗଜେନ୍ଦ୍ର ସିଂ ଶେଖାୱତଙ୍କ ନାଁ ମୁଖ୍ୟମନ୍ତ୍ରୀଙ୍କ ରେସରେ ଥିବା ବେଳେ ମଧ୍ୟପ୍ରଦେଶରେ ରହିଛି ଶିବରାଜ ସିଂ ଚୌହ୍ୱାନ, ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ପଟେଲ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ରହିଛି । ସେହିପରି ଛତିଶଗଡ଼ରେ ରମଣ ସିଂ, ରେଣୁକା ସିଂ, ଓପି ଚୌଧୁରୀଙ୍କ ନାଁ ଏହି ଲିଷ୍ଟରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+