ଆସନ୍ତାକାଲି ବିଜେପି ନେତୃତ୍ୱରେ ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ, ୩୮ଟି ଦଳ ଦେବେ ଯୋଗ
BJP Alliance Meeting: ଲୋକସଭା ନିର୍ବାଚନ -2024 ପାଇଁ ସରଗରମ ରାଜନିତୀ । ଆରମ୍ଭ ହୋଇଗଲାଣି ସମସ୍ତ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେପି ବିରୋଧରେ ନିର୍ବାଚନ ଲଢିବା ପାଇଁ ବିଶାଳ ମେଣ୍ଟ ଗଠନ କରିବା ପାଇଁ ଏକାଠି ହେଲେଣି ବିରୋଧି ।
ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଦେଶର ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଗୋଟେ ପଟେ ଦିଲ୍ଲୀରେ ଏନଡିଏର ବୈଠକ ବସିବା ପାଇଁ ଯାଉଥିବା ବେଳେ ଅନ୍ୟପଟେ ବିରୋଧୀ ଦଳର ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏନଡିଏର ବୈଠକ ସମ୍ପର୍କରେ ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ, ଆସନ୍ତାକାଲି ବିଜେପି ନେତୃତ୍ୱରେ ଏନଡିଏର ଏକ ବୈଠକ ବସିବା ପାଇଁ ଯାଉଛି । ଯେଉଁଥିରେ 38ଟି ଦଳ ଯୋଗ ଦେବା ପାଇଁ ଯାଉଛନ୍ତି । ଗତ ୯ବର୍ଷ ମଧ୍ୟରେ, ଏନଡିଏର ସମସ୍ତ ଦଳ ଏନଡିଏର ବିକାଶ ଏଜେଣ୍ଡା, ଯୋଜନା, ନୀତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷପ ନିଆଯାଉଛି । ବିରୋଧୀଙ୍କ ବୈଠକକୁ ନେଇ ନଡ୍ଡା କହିଛନ୍ତି, ଆମର ମେଣ୍ଟ ସତ୍ତା ପାଇବା ପାଇଁ ନୁହେଁ, ସେବା ପାଇଁ । ବିରୋଧଙ୍କ ପାଖରେ ନେତା ନାହାଁନ୍ତି କି କୌଣସି ନୀତି ନାହିଁ । ଏମାନଙ୍କ ମଧ୍ୟରେ କୌଣସି ଶକ୍ତି ନାହିଁ ।
ମୋଦି ସରକାରଙ୍କ ସଫଳତାକୁ ଗଣନା କରି ବିଜେପି ସଭାପତି କହିଛନ୍ତି ଯେ, ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ଅଧୀନରେ ଆମେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ 28 ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛୁ। ଆମେ ପ୍ରାୟ 4-5 ଲକ୍ଷ କୋଟି ଟଙ୍କାର ଲିକେଜ୍ ବନ୍ଦ କରିଛୁ । ଏହା ସହିତ ଡିଜିଟାଲ ଉପକରଣଗୁଡ଼ିକର ବ୍ୟବହାର ବୃଦ୍ଧି ପାଇଛି, ଯାହାକି ସ୍ୱଚ୍ଛତା ଆଣିଦେଇଛି । ପିଏମ ମୋଦିଙ୍କ ନେତୃତ୍ୱରେ କୋଭିଡ ପରିଚାଳନାରେ ଭାରତ ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି ।
ସେ ଆହୁରି କହିଛନ୍ତି 9 ବର୍ଷ ମଧ୍ୟରେ ଗାଁ, ଗରିବ, ଶୋଷିତ, ପୀଡିତ, ବଞ୍ଚିତ, ଦଳିତ, ଯୁବକ, ମହିଳା, କୃଷକ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ଯେଉଁଥି ପାଇଁ ସେମାନଙ୍କ ସଶକ୍ତିକରଣରେ ଅନେକ ସଫଳତା ଆସିପାରିଛି । ଗତ 9 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ଏକ ସକରାତ୍ମକ ପରିବେଶ ମଧ୍ୟ ସୃଷ୍ଟି ହୋଇଛି।












Click it and Unblock the Notifications