ପଶ୍ଚିମବଙ୍ଗ ସିଏମଙ୍କୁ ଟାର୍ଗେଟ କଲେ ଅମିତ ମାଲଭିୟା, କହିଲେ ମମତା ତୁରନ୍ତୁ ଦିଅନ୍ତୁ ଇସ୍ତଫା
କୋଲକାତା: ଟିଏମସି ରାଜ୍ୟସଭା ସାଂସଦ ଜବାହର ସରକାର କୋଲକାତାର ଆରଜି କର ହସ୍ପିଟାଲରେ ଘଟିଥିବା ଘଟଣାର ପ୍ରତିବାଦ କରି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖି ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ବତନ ବରିଷ୍ଠ ଅମଲାତନ୍ତ୍ର ରାଜ୍ୟସଭା ସାଂସଦ ଜବାହର ମମତାଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ମମତା ନିଜେ ଏହି ଚାଲୁଥିବା ଆନ୍ଦୋଳନରେ ହସ୍ତକ୍ଷେପ କରିବେ ବୋଲି ସେ ଭାବୁଥିଲେ। କିନ୍ତୁ ତାହା ଦେଖିବାକୁ ମିଳିନାହିଁ।

ଅନ୍ୟପଟେ ତ୍ରୁଣମୂଳ କଂଗ୍ରେସ ରାଜ୍ୟ ସଭା ଏମପି ଜବାହର ସରକାରଙ୍କ ଇସ୍ତଫା ଉପରେ ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଏକ୍ସର ଏକ ପୋଷ୍ଟରେ କହିଛନ୍ତି, ତ୍ରୁଣମୂଳ କଂଗ୍ରେସର ରାଜ୍ୟସଭା ଏମପି ଜବାହାର ସରକାର ଟିଏମସି ନେତୃତ୍ୱରେ ପଶ୍ଚିମବଙ୍ଗର ସରକାରରେ ବଢି ଚାଲିଥିବା ଭ୍ରଷ୍ଟାଚାର ଓ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହୋଇଥିବା ବଳାତ୍କାର ଓ ହତ୍ୟା ମମାଲାକୁ ଠିକ ଭାବରେ ସମ୍ଭାଳି ନ ପାରିଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ମମତା ବାନାର୍ଜୀଙ୍କର ଏକ ଶିକ୍ଷା ଶିଖିବା ଏବଂ ତାଙ୍କ ପଦ ଛାଡିବାର ସମୟ ଆସିଛି। ସେମାନେ କୋଲକାତା ପୋଲିସ କମିଶନରଙ୍କ ସହ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ସହ ଜଡିତ ସମସ୍ତ ପ୍ରମାଣକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛନ୍ତି। ମୁଁ ପୁଣିଥରେ କହିଛି ଯେ ଯଦି ମମତା ବାନାର୍ଜୀ ଏବଂ କୋଲକାତା ପୋଲିସ କମିଶନର ଭିନେଟ ଗୋୟଲ ନିଜ ପଦରୁ ଇସ୍ତଫା ନ ଦିଅନ୍ତି, ତେବେ ଏହି ମାମଲାରେ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ।
ଅମିତ ମାଲଭିୟ କହିଛନ୍ତି ଯେ ଅପରାଧର ୭୨ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ଏବଂ କୋଲକାତା ସିପିଙ୍କ କଲ ରେକର୍ଡ ସାର୍ବଜନୀନ କରାଯିବା ଉଚିତ। ସେମାନଙ୍କର ବାର୍ତ୍ତାଳାପ ଅନୁସନ୍ଧାନ କରାଯିବା ଉଚିତ୍, ମମତା ବାନାର୍ଜୀ ଏବଂ ଭିନେଟ ଗୋୟଲଙ୍କ ସତ୍ୟ ପ୍ରକାଶ କରିବାକୁ ଏକ ପଲିଗ୍ରାଫ ପରୀକ୍ଷା ମଧ୍ୟ ହେବା ଉଚିତ ବୋଲି ସେ କହିଛନ୍ତି ।












Click it and Unblock the Notifications