ଓ୍ଵାକଫ୍‌କୁ ନେଇ ମମତାଙ୍କ ବଡ଼ ମନ୍ତବ୍ୟ, କହିଲେ ରାଜ୍ୟରେ....

ପଶ୍ଚିମବଙ୍ଗ ହିଂସା ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କୁ ନିବେଦନ କରି କହିଛନ୍ତି, "ଆମେ ଏହି ଆଇନର ସପକ୍ଷରେ ନାହୁଁ। ଯଦି ପଶ୍ଚିମବଙ୍ଗରେ ୱାକଫ୍ ଆଇନ ଲାଗୁ ନହୁଏ, ତେବେ ଦଙ୍ଗା କରିବାର ଅର୍ଥ କ'ଣ?" ମୁଖ୍ୟମନ୍ତ୍ରୀ ଦଙ୍ଗାକାରୀଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଦଙ୍ଗା ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କୁ ନିବେଦନ କରି କହିଛନ୍ତି, "ଆମେ ଏହି ଆଇନର ସପକ୍ଷରେ ନାହୁଁ। ଯଦି ପଶ୍ଚିମବଙ୍ଗରେ ୱାକଫ୍ ଆଇନ ଲାଗୁ ନହୁଏ ତେବେ ଦଙ୍ଗା କରିବାର ଅର୍ଥ କ'ଣ?" ମୁଖ୍ୟମନ୍ତ୍ରୀ ଦଙ୍ଗାକାରୀଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯେଉଁମାନେ ଦଙ୍ଗା ସୃଷ୍ଟି କରନ୍ତି ସେମାନଙ୍କ ବିରୁଦ୍ଧରେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

Mamata Banerjee

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଏକ ନିବେଦନ ଜାରି କରି କହିଛନ୍ତି, "ସମସ୍ତ ଧର୍ମର ଲୋକଙ୍କୁ ମୋର ବିନମ୍ର ନିବେଦନ ହେଉଛି ଦୟାକରି ଶାନ୍ତ ଏବଂ ସଂଯମ ରୁହନ୍ତୁ । ଧର୍ମ ନାମରେ କୌଣସି ଭୁଲ୍ କାର୍ଯ୍ୟ କରନ୍ତୁ ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ମୂଲ୍ୟବାନ, ରାଜନୀତି ପାଇଁ ଦଙ୍ଗା ଉସକାନ୍ତୁ ନାହିଁ। ଯେଉଁମାନେ ଦଙ୍ଗା ଉସକାାଉଛନ୍ତି ସେମାନେ ସମାଜକୁ କ୍ଷତି ପହଞ୍ଚାଉଛନ୍ତି।"

ମମତାଙ୍କ ଏହି ଅପିଲ୍ ପୂର୍ବରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜୀବ କୁମାର ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଏଡିଜି ଜାଭେଦ ଶମିମ ମଧ୍ୟ ଲୋକଙ୍କୁ ଗୁଜବ ପ୍ରତି ଧ୍ୟାନ ନ ଦେବାକୁ ଅନୁରୋଧ କରିଛନ୍ତି। ଜାଭେଦ ଶମିମ କହିଛନ୍ତି, ଅନେକ ସ୍ଥାନରେ ଭୁଲ ସୂଚନାର ଫ୍ୟାକ୍ଟ୍ରି ଚାଲୁଛି। ଏସବୁ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯେଉଁ ଲୋକେ ଏହି ହିଂସାରେ ସାମିଲ କିମ୍ବା ଲୋକଙ୍କୁ ଉସୁକାଉଛନ୍ତି ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+