କଂଗ୍ରେସ ପୋଷ୍ଟରରେ ଭାରତ ମ୍ୟାପ୍‌ର ଅଧା, ବିଜେପି କହିଲା କଂଗ୍ରେସ ନୂଆ ମୁସଲିମ୍ ଲିଗ୍

ନୂଆଦିଲ୍ଲୀ: କର୍ଣ୍ଣାଟକର ବେଲଗାଭିରେ କଂଗ୍ରେସ କାର୍ଯ୍ୟକାରୀ ସମିତି (ସିଡବ୍ଲୁସି) ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ନେତାଙ୍କୁ ସ୍ୱାଗତରେ ଦଳ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ତେବେ ଏହି ପୋଷ୍ଟରକୁ ନେଇ ବିବାଦ ବଢିଛି । କଂଗ୍ରେସ ନେତାଙ୍କ ପୋଷ୍ଟର ଓ ବ୍ୟାନରରେ ଭାରତ ମାନଚିତ୍ରକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି ।

ବେଲଗାଭି ସହରର ପ୍ରବେଶ ଦ୍ୱାରରେ ଲଗାଯାଇଥିବା ବ୍ୟାନରରେ ଭାରତର ଯେଉଁ ମାନଚିତ୍ରକୁ ସ୍ଥାନ ଦିଆଯାଇଛି, ସେଥିରେ ପିଓକେ ଏବଂ ଅକ୍ସାଇ ଚୀନ ନାହିଁ । ବିଜେପି ଏହି ମାମଲାରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ଦଳକୁ ନୂଆ ମୁସଲିମ୍ ଲିଗ୍ ରୂପେ ଅଭିହିତ କରିଛି । ବିଜେପି ଆଇଟି ସେଲ୍ ହେଡ୍ ଅମିତ ମାଲବୀୟ ଏନେଇ କହିଛନ୍ତି ଯେ, "କଂଗ୍ରେସ କାର୍ଯ୍ୟକ୍ରମରେ ଏଭଳି ହେବା କୌଣସି ନୂଆ କଥା ନୁହେଁ।

BJP accuses Congress

ଏହା କଂଗ୍ରେସର ତୁଷ୍ଟିକରଣ ରାଜନୀତି। କଂଗ୍ରେସ ହେଉଛି ଦ୍ଵିତୀୟ ମୁସଲିମ୍ ଲିଗ୍ ଏବଂ ସେ ଭାରତକୁ ପୁଣି ଥରେ ବିଭାଜନ କରିବାକୁ ଚାହୁଁଛି।" ସେହିପରି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମଇ ଏହି କାର୍ଯ୍ୟକ୍ରମକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, "ଏହା ଜନ ବିରୋଧୀ କଂଗ୍ରେସ, ରାଷ୍ଟ୍ର ବିରୋଧୀ କଂଗ୍ରେସ। ଏମାନଙ୍କର ଉତ୍ସବ ପାଳିବାର କୌଣସି ନୈତିକ ଅଧିକାର ନାହିଁ।"

ସୂଚନାନୁଯାୟୀ, କର୍ଣ୍ଣାଟକର ବେଲଗାୱିରେ କଂଗ୍ରେସର ସିଡବ୍ଲୁସି ବୈଠକ ହେବ। ଏହା ପୂର୍ବରୁ ନେତାଙ୍କ ସ୍ଵାଗତ ପାଇଁ ସେଠାରେ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ଯାହାକୁ ନେଇ ଏବେ ବାଦ ବିବାଦ ଆରମ୍ଭ ହୋଇଛି। ପାର୍ଟି କାର୍ଯ୍ୟକର୍ତ୍ତା ବ୍ୟାନର ଏବଂ ଫ୍ଲେକ୍ସରେ ବିକୃତ ଭାରତ ମାନଚିତ୍ରକୁ ଚିତ୍ରଣ କରିଛନ୍ତି। ବେଲଗାୱି ସହରର ପ୍ରବେଶ ଦ୍ଵାରରେ ଲାଗିଥିବା ଏହି ପୋଷ୍ଟରରେ ପିଓକେ ଏବଂ ଅକ୍ସାଇ ଚୀନ୍‌ ଗାଏବ ରହିଛି। ଏହି ପୋଷ୍ଟରକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+