ଛତିଶଗଡ଼ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱ ଭୂଷଣ ହରିଚନ୍ଦନ
ଛତିଶଗଡ଼ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱ ଭୂଷଣ ହରିଚନ୍ଦନ । ପୂର୍ବରୁ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଆଜି ରାୟପୁର ରାଜଭବନରେ ଏକ ଭବ୍ୟ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି ।

ଛତିଶଗଡ଼: ଛତିଶଗଡ଼ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱ ଭୂଷଣ ହରିଚନ୍ଦନ । ପୂର୍ବରୁ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଆଜି ରାୟପୁର ରାଜଭବନରେ ଏକ ଭବ୍ୟ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି । ଛତିଶଗଡ ହାଇକୋର୍ଟର ପ୍ରଧାନ ବିଚାରପତି ଅରୁପ କୁମାର ଗୋସ୍ୱାମୀ ରାଜ ଭବନର ଦରବାର ହଲରେ ଆଜି ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଶପଥ ପାଠ କରାଇଛନ୍ତି । ହିନ୍ଦୀରେ ଶପଥ ନେଇଥିଲେ ରାଜ୍ୟପାଳ ହରିଚନ୍ଦନ ।
ଏହି ଶପଥ ସମାରୋହରେ ଭୂପେଶ ବାଘେଲ, ମନ୍ତ୍ରୀ ରବିନ୍ଦ୍ର ଚୌବେ, ଛତିଶଗଡର ବିଜେପି ସଭାପତି ଅରୁଣ ସାଉ, ବିରୋଧି ଦଳର ନେତା ନାରାୟଣ ଚାନ୍ଦେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ରମଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୂର୍ବରୁ ୨୪ ଜୁଲାଇ ୨୦୧୯ରୁ ୨୦୨୩ ଫେବ୍ରୁଆରୀ ୨୨ ଯାଏଁ ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଳାଇଥିଲେ ।
ସୂଚନାଥାଉ ଯେ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ଜନ୍ମ ୧୯୩୪ ଅଗଷ୍ଟ ୩ରେ ଓଡ଼଼ିଶାରେ ହୋଇଥିଲା । ୨୯୭୧ରେ ସେ ଭାରତୀୟ ଜନସଂଙ୍ଘରେ ଯୋଗ ଦେଇଥିଲେ । ୧୯୭୫ରେ ସେ ଜରୁରୀକାଳୀନ ପରିସ୍ଥିତି ସମୟରେ ଗିରଫ ହୋଇଥିଲେ । ଶ୍ରୀ ହରିଚନ୍ଦନ ଚିଲିକା ନିର୍ବାଚନ ମଣ୍ତଳୀରୁ ୨ ଥର ଏବଂ ଭୁବନେଶ୍ୱର ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୭୭ରେ ଖାଦ୍ୟଯୋଗାଣ, ଆଇନ୍,ଶ୍ରମ ଏବଂ ନିଯୁକ୍ତି ଏବଂ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ । ସେହିପରି ସେ ଅନେକ ପୁସ୍ତର ମଧ୍ୟ ରଚନା କରିଛନ୍ତି । ମାନସୀ, ଅସ୍ତଶିଖା ପରି ବହି ସେ ଲେଖିଛନ୍ତି ।












Click it and Unblock the Notifications