ଏଠାରେ ଦେବୀଙ୍କୁ ଭୋଗ ଲାଗି ହୁଏ ମଟନ ବିରିୟାନୀ
ଦେଶରେ ହିନ୍ଦୁ ମନ୍ଦିର ମାନଙ୍କରେ ଦେବାଦେବୀଙ୍କୁ ବିଭିନ୍ନ ଭୋଗ ଲାଗି ହୋଇଥାଏ । ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ବିରିୟାନୀ ଭୋଗ କରାଯାଇଥାଏ । ତାମିଲନାଡୁରେ ଥୁବା ମାତା ମୁନିୟାଦୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ବିରିୟାନୀ ଭୋଗ ଲାଗି କରାଇଥାନ୍ତି । ମଦୁରାଇ ଜିଲ୍ଲାର ୱଡକ୍ଟମ୍ ପଟ୍ଟି ଗାଁରେ ଏହି ମନ୍ଦିର ରହିଛି ।
ବର୍ଷରେ ଥରେ ଦେବୀଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ଉତ୍ସବରେ ବିରିୟାନୀ ଲାଗି ହୋଇଥାଏ । ଏହି ଉତ୍ସବ ଏଠାରେ ୧୯୭୩ ମସିହା ପର ଠାରୁ ପାଳିତ ହୋଇ ଆସୁଛି । ଏକ ବିରିୟାନୀ ହୋଟେଲ ମାଲିକ ଗୁରୁ ସାମୀ ନାଇଡୁ ଏହାର ଆରମ୍ଭ କରିଥିଲେ । ସେ ତାଙ୍କ ହୋଟେଲ ନାମ ମୁନିୟାଦୀ ରଖିଥିଲେ । କୁହାଯାଏ ଯେ, ଭଲ କାରବାର ହେବାରୁ ମାନସିକ କରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ହୋଟେଲ ମାଲିକମାନେ ଏହି ଉତ୍ସବର ଆୟୋଜନ ମିଳିତ ଭାବେ କରୁଛନ୍ତି ।

କୁହାଯାଏ ଯେ, ଏଠାରେ ୨ କୁଇଣ୍ଟାଲ ଚାଉଳ, ଶହେ ଛେଳି, ୬ଶହ କୁକୁଡାରେ ବିରିୟାନୀ ପ୍ରସ୍ତୁତ କରାଯାଇଥାଏ । ଏହାକୁ ପୂଜା ପରେ ୮ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ ।












Click it and Unblock the Notifications