ଜୁନିଅର ଏନଟିଆର @39
39 ବର୍ଷରେ ପାଦ ଦେଲେ ସାଉଥ ସୁପରଷ୍ଟାର ଜୁନିଅର୍ ଏନ୍ଟିଆର୍ । ଅଭିନୟର ଯାଦୁରେ ଦର୍ଶକଙ୍କୁ ମତୁଆଲା କରନ୍ତି ଏହି ଷ୍ଟାର। ତାଙ୍କର ଫ୍ୟାନଙ୍କ ସଂଖ୍ୟା ମଧ୍ୟ କାଫି ଅଧିକ ।
ହାଇଦ୍ରାବାଦ: 39 ବର୍ଷରେ ପାଦ ଦେଲେ ସାଉଥ ସୁପରଷ୍ଟାର ଜୁନିଅର୍ ଏନ୍ଟିଆର୍ । ଅଭିନୟର ଯାଦୁରେ ଦର୍ଶକଙ୍କୁ ମତୁଆଲା କରନ୍ତି ଏହି ଷ୍ଟାର। ତାଙ୍କର ଫ୍ୟାନଙ୍କ ସଂଖ୍ୟା ମଧ୍ୟ କାଫି ଅଧିକ। ଜୁନିଅର୍ ଏନ୍ଟିଆର୍ଙ୍କ ଫିଲ୍ମ ରିଲିଜ ହେଲେ ହାଉସଫୁଲ ହେବା ନିଶ୍ଚୟ । ସେ 20 ମଇ 1983 ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ।

ଜୁନିଅର ଏନଟିଆର ସବୁଠୁ ଅଧିକ ଅଧିକ ଅର୍ଥ ପାଉଥିବା ଅଭିନେତା । ତେଲୁଗୁ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଏହି ଷ୍ଟାର କେବଳ ଫିଲ୍ମ ନୁହେଁ ଟିଭି ଶୋ ରେ କାମ କରିବା ସହ ଜଣେ ସଙ୍ଗୀତଜ୍ଞ ମଧ୍ୟ। ଏନଟିଆରଙ୍କ ପୂରା ନାମ ନନ୍ଦମୁରୀ ତାରକ ରାମା ରାଓ।
ନିକଟରେ ଏନ୍ଟିଆରଙ୍କ ଫିଲ୍ମ RRR ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରଟି ବକ୍ସ ଧମାଲ ମଚାଇବା ସହ ବକ୍ସ ଅଫିସରେ ଭଲ ଅର୍ଥ ରୋଜଗାର କରିଛି । 1991 ରେ ସେ ମାତ୍ର 7 ବର୍ଷ ବୟସରେ ସେ 'ବ୍ରହ୍ମଶ୍ରୀ ବିଶ୍ବାମିତ୍ର'ରୁ ଶିଶୁକଳାକାର ଭାବେ ଡେବ୍ୟୁ କରିଥିଲେ । ଷ୍ଟୁଡେମ୍ଟ ନଂ ୱାନ(2001), ଆଦି, ନାଗ(2003) ଭଳି ଅନେକ ସିନେମା କରିବା ପରେ 2006ରୁ ସେ ସଫଳତାର ଶିଢି ଗୋଟିଏ ପରେ ଗୋଟିଏ ଚଢି ଚାଲିଲେ । ଏହାପରେ ଅନେକ ପୁରସ୍କାରର ହକଦାର ହେଲେ ଏହି ସାଉଥ ଷ୍ଟାର ।
ଜଣେ ଲୋକପ୍ରିୟ ଅଭିନେତା ଏନଟିଆର ଭାବେ ସେ ଖୁବ ପରିଚିତ । କିନ୍ତୁ ସେ କେବଳ ପ୍ରଫେସନାଲ ନୁହେଁ ପର୍ସନାଲ ଲାଇଫରେ ବି ଜଣେ ଭଲ ବ୍ୟକ୍ତି । ପତ୍ନୀ ଲକ୍ଷ୍ମୀ ପ୍ରଣତୀଙ୍କ ତାଙ୍କର ପ୍ରେମ ଜୀବନ ବିଷୟରେ ଲୋକେ ଖୁବ କମ ଜାଣିଥିବେ। ତେବେ ଏନଟିଆର କାମ ଭିତରେ ପରିବାର ହିସାବରେ ଆରେଞ୍ଜ ମ୍ୟାରେଜ କରିଥିଲେ । 2011 ମଇ 11ରେ ଏନ୍ଟିଆର୍ ଏବଂ ଲକ୍ଷ୍ମୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ବିବାହ ପରେ ତାଙ୍କ ଜୀବନ କିପରି ବଦଳିଛି,ଏନ୍ଟିଆର୍ ନିକଟରେ ଏକ ସାକ୍ଷାତକାରରେ କହିଥିଲେ । ସେ କହିଥିଲେ, ' ମୁଁ ଜଣେ ଭାଗ୍ୟଶାଳୀ ମହିଳାଙ୍କୁ ବିବାହ କରି ନିଜକୁ ଖୁବ ସ୍ପେଶାଲ ଅନୁଭବ କରେ । ସେ ମୋ ପାଇଁ ବହୁତ କିଛି କରିଛନ୍ତି ।' ଏନ୍ଟିଆର୍ ଆହୁରି କହିଥିଲେ, 'ଆମ ବିବାହର କିଛି ଦିନ ପର୍ଯ୍ୟନ୍ତ ଲକ୍ଷ୍ମୀଙ୍କୁ ମୋ ସହ ଆଡଜଷ୍ଟ କରିବାକୁ କଷ୍ଟ ହୋଇଥିଲା । କିନ୍ତୁ ସେ ମାନସିକ ସ୍ତରରେ ଅଧିକ ଶକ୍ତିଶାଳୀ ଥିଲେ ।' ତେଣୁ ସମୟ ଅନୁସାରେ ସବୁ ନର୍ମଲ ହୋଇଯାଇଥିଲା । ଦୁଇ ପୁଅଙ୍କୁ ନେଇ ଖୁବ ଖୁସିରେ ରହୁଛନ୍ତି ଜୁନିଅର ଏନଟିଆର କପଲ୍ ।












Click it and Unblock the Notifications