ଖଣ୍ଡାରେ କେକ୍ କାଟି ଫସିଲେ ନାବାଳକ, ଭିଡିଓ ଭାଇରାଲ
ଖଣ୍ଡାରେ କେକ୍ କାଟି ଫସିଲେ ନାବାଳକ । ପୋଲିସ ଖବର ପାଇ ନାବାଳକଙ୍କୁ ବାନ୍ଧିଲା ପୋଲିସ ।
ମୁମ୍ବାଇ: ଜନ୍ମଦିନ ସମସ୍ତଙ୍କ ପାଇଁ ଏକ ସ୍ବତନ୍ତ୍ର ଦିନ । ଏହି ଦିନଟିକୁ ଖୁସିରେ ବିତାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି । କିଏ ନିଜ ପରିବାର ସହିତ ଏହି ଦିନଟି ପାଳିବା ପାଇଁ ଭଲପାଏ ତ ଆଉ କିଏ ବନ୍ଧୁ ମେଳରେ ଅନେକ ସ୍ମୃତି ସାଉଁଟିଥାଏ । ତେବେ ଆଜି କାଲିର ଟିନ ଏଜର ପାର୍ଟି ପବ୍ ତ ଆଉ କିଏ ଚଳନ୍ତା ଗାଡିରେ କେକ୍ କାଟି ବର୍ଥ ଡେ' ମନାଉଥିବା ଦେଖାଯାଏ । ତେବେ ମୁମ୍ବାଇର ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ମୁମ୍ବାଇ ବୋରବୋଲୀ ଅଞ୍ଚଳର ଶେଖ ନାମକ ଜଣେ ନାବାଳକ ବର୍ଥ ଡେ କେକ କାଟିବା ପାଇଁ ଛୁରୀ ପରିବର୍ତ୍ତେ ଖଣ୍ଡାର ବ୍ୟବହାର କରି ଏବେ ଥାନାରେ ।

ଆକ୍ରାମ ଶେଖ ତାଙ୍କ ଜନ୍ମଦିନକୁ ନିଆରା କରିବା ଉଦ୍ଦେଶ୍ୟରେ ପ୍ଲାଷ୍ଟିକ ଛୁରୀ ପରିବର୍ତ୍ତେ ଖଣ୍ଡା ବ୍ୟବହାର କରି 20 ରୁ 21ଟି କେକ କାଟିଥିଲେ । ତେବେ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏମଏଚବି ପୋଲିସ ଶେଖଙ୍କ ବିରୋଧରେ ଏକ ମାମଲା ଦାୟର କରିଛି । ତେବେ ବର୍ତ୍ତମାନ ସୁଦ୍ଧା ନାବାଳକଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପୋଲିସର ପ୍ରତିକ୍ରିୟା ମଧ୍ୟ ମିଳିନାହିଁ । ଏବେ ପୋଲିସ ନାବାଳକଙ୍କୁ ଥାନାରେ ଅଟକ ରଖି ଅଧିକ ପଚାରାଉଚୁରା କରୁଥିବା ନେଇ ସୂଚନା ରହିଛି।
A 17-year-old youth was allegedly arrested under the Arms Act by Maharashtra police for cutting birthday cakes with a sword in Mumbai's Borivali area.@MumbaiPolice pic.twitter.com/pu9Wea2Ftc
— Ahmed Khabeer احمد خبیر (@AhmedKhabeer_) September 19, 2022
"ନାବାଳକଟି ଶୁକ୍ରବାର ରାତି 9ଟାରୁ 9.30 ମଧ୍ୟରେ ଏହି ଅପରାଧ କରିଛି। ତାଙ୍କର ବନ୍ଧୁମାନେ ଏହି ବର୍ଥ ଡେ' ପାର୍ଟିରେ ମଧ୍ୟ ସାମିଲ ରହି ତାଙ୍କୁ ସମର୍ଥନ କରିଥିଲେ। ଗୋଟିଏ ବଡ ଟେବୁଲ ଉପରେ ସବୁ କେକ ରଖାଯାଇଥିଲା। ଏହାପରେ ଆକ୍ରାମ ଗୋଟିଏ ପରେ ଗୋଟିଏ କେକକୁ ଖଣ୍ଡାରେ କାଟିଥିଲେ ।












Click it and Unblock the Notifications