ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ, ଜାଣନ୍ତୁ ତାଙ୍କ ପ୍ରେମ କାହାଣୀ
Atal Bihari Vajpayee Jayanti: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ଜୟନ୍ତୀ । ଭାରତୀୟ ଜନତା ପାର୍ଟି ଆଜିର ଦିନକୁ Good Governance Day ଭାବେ ପାଳନ କରିଥାଏ । ଅଟଳ ବିହାରୀ ବାଜପେୟୀ ଜଣେ ମହାନ ନେତା ତଥା ଭାରତୀୟ ରାଜନୀତିର ପ୍ରଭାବଶାଳୀ ଚିନ୍ତକ ଥିଲେ। ସେ ୨୫ ଡିସେମ୍ବର ୧୯୨୪ ରେ ଜନ୍ମଗ୍ରହଣ କରିଥିଲେ।
୧୯୪୦ ଦଶକରେ ଅଟଳ ବିହାରୀ ବାଜପେୟୀ ଏବଂ ରାଜକୁମାରୀ କୌଲ୍ ଗ୍ୱାଲିଅରର ଭିକ୍ଟୋରିଆ କଲେଜରେ ପାଠ ପଢୁଥିଲେ । ସେହି ସମୟରେ ପୁଅ-ଝିଅ ମଧ୍ୟ ବନ୍ଧୁତାକୁ ସମାଜ ଗ୍ରହଣ କରୁନଥିଲା । ହେଲେ ଉକ୍ତ ସମୟରେ ଅଟଳ ବିହାରୀ ବାଜପେୟୀ ରାଜକୁମାରୀ କୌଲଙ୍କ ପାଇଁ ଏକ ପ୍ରେମ ପତ୍ର ଲେଖିଥିଲେ ହେଲେ ତାଙ୍କୁ ଚିଠିର ଉତ୍ତର ମିଳିପାରି ନଥିଲା ।

ହେଲେ ଖାସ୍ କଥା ହେଲା ରାଜକୁମାରୀ କୌଲ୍ ଏହି ଚିଠିର ଉତ୍ତର ଦେଇଥିଲେ ହେଲ ସେହି ପୁସ୍ତକ କେବେ ଅଟଳଙ୍କ ନିକଟରେ ପହଞ୍ଚି ପାରି ନଥିଲା । ପରେ ରାଜକୁମାରୀ କୌଲ ବ୍ରିଜ ନାରାୟଣ କୌଲଙ୍କୁ ବିବାହ କରିଥିଲେ। ରାଜକୁମାରୀ କୌଲଙ୍କ ଜଣେ ଘନିଷ୍ଠ ବନ୍ଧୁ ତଥା ବ୍ୟବସାୟୀ ସଞ୍ଜୟ କୌଲ କହିଥିଲେ ଯେ ସେ ଅଟଳ ଜୀଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପରିବାର ସଦସ୍ୟ ଏହି ବିବାହ ପାଇଁ ରାଜି ନଥିଲା । ଯଦିଓ ଅଟଳ ବିହାରୀ ବାଜପେୟୀ ମଧ୍ୟ ଜଣେ ବ୍ରାହ୍ମଣ ଥିଲେ । ହେଲେ ପରିବାରର ସମର୍ଥନ ମିଳିପାରି ନଥିଲା ।
୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜନ୍ମିତ ବାଜପେୟୀ ୧୮ ବର୍ଷ ବୟସରୁ ହିଁ ରାଜନୀତିରେ ପାଦ ଦେଇଥିଲେ । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜରୁ ପ୍ରାପ୍ତ କରିଥିଲେ ଏବଂ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ସେ କାନପୁରରେ ହିଁ ଏଲଏଲବି ପଠାପଢା ଆରମ୍ଭ କରିଥିଲେ ।
ଛାତ୍ର ଜୀବନରୁ ହିଁ ଆରଏସଏସରେ ଯୋଗ ଦେଇଥିଲେ । ୧୯୭୫ ଏବଂ ୨୦୦୯ ମଧ୍ୟରେ ସେ ୧୦ ଥର ପାର୍ଲାମେଣ୍ଚରେ ନିର୍ବାଚିତ ହୋଇଥିଲେ । ୨୦୧୫ରେ ପୂର୍ବତନ ରାଷ୍ଟ୍ରିପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମନୀତ ହୋଇଥିଲେ । ବାଜପେୟୀଙ୍କ ଜନ୍ମଦିବସ ଡିସେମ୍ବର ୨୫ ତାରିଖକୁ ' Good Governance Day ' ଭାବେ ପାଳନ କରାଯାଏ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications