ଆଦିବାସୀଙ୍କର ଗୌରବ ବିର୍ସା ମୁଣ୍ଡା

ଆଜି ଜନଜାତି ଗୌରବ ଦିବସ । ଆଦିବାସୀ ଜନଜାତିର ଗୌରବ ବିର୍ସାମୁଣ୍ଡାଙ୍କ ଜନ୍ମ ବାର୍ଷୀକୀ। ଆଜିର ଦିନରେ ଇଂରେଜ ମାନଙ୍କ ବିରୋଧରେ ଲଢେଇ ଆରମ୍ଭ କରିଥିଲେ ଏହି ସଂଗ୍ରାମୀ

ରାଞ୍ଚି: ଆଜି ଜନଜାତି ଗୌରବ ଦିବସ । ଆଦିବାସୀ ଜନଜାତିର ଗୌରବ ବିର୍ସାମୁଣ୍ଡାଙ୍କ ଜନ୍ମ ବାର୍ଷୀକୀ। ଆଜିର ଦିନରେ ଇଂରେଜ ମାନଙ୍କ ବିରୋଧରେ ଲଢେଇ ଆରମ୍ଭ କରିଥିଲେ ଏହି ସଂଗ୍ରାମୀ ।

birsa munda
ବିର୍ସା ମୁଣ୍ଡା 1857 ମସିହା ନଭେମ୍ବର 15 ତାରିଖରେ ଝାଡଖଣ୍ଡର ରାଞ୍ଚି ଜିଲ୍ଲାର ଉଲିହାଟୁ ଗାଁରେ ମୁଣ୍ଡା ଜନଜାତିରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ତାଙ୍କର ପାଠ ପଢିବା ପାଇଁ ଥିଲା ଆଗ୍ରହ । ଚାଇବସାର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢିଥିଲେ ବିର୍ସା ମୁଣ୍ଡା । 1894 ରେ ସେ ନିଜ ଜନଜାତିଙ୍କୁ ନେଇ ଦୁର୍ଭିକ୍ଷ ଏବଂ ମହାମାରୀ ନେଇ ବ୍ରିଟିଶଙ୍କୁ କର ଛାଡ ଆନ୍ଦୋଳନ କରିଥିଲେ । ଲୋକଙ୍କୁ ସାହାଯ୍ୟ କରିବା ଦ୍ବାରା ତାଙ୍କର ଲୋକପ୍ରିୟତା ବଢିଥିଲା । ଲୋକମାନେ ତାଙ୍କୁ ଧର୍ମ ବାବା ବୋଲି ସମ୍ବୋଧନ କରିଥାନ୍ତି ।

ଊନବିଂଶ ଶତାବ୍ଦୀରେ ଦେଶରେ ଇଂରେଜ ଶାସନ କାଳରେ ବିର୍ସା ମୁଣ୍ଡା ଶତାବ୍ଦୀରେ ଦେଶର ବିହାର, ଝାଡଖଣ୍ଡର ସ୍ବାଧୀନତା ସଂଗ୍ରାମୀଙ୍କ ଏକାଠି କରି ବିପ୍ଲବ ଆରମ୍ଭ କରିଥିଲେ । 25 ବର୍ଷ ବୟସରେ ହିଁ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଡି ଥିଲେ ନୂଆ ଫର୍ଦ୍ଦ। 1897ରୁ 1900 ମଧ୍ୟରରେ ବିର୍ସା ମୁଣ୍ଡା ବ୍ରିଟିଶ ସହିତ ଲଢିଥିଲେ । ଅଗଷ୍ଟ 1897 ଖୁଣ୍ଟି ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ । ଏହାପରେ 1898 ମସିହାରେ ଟାଙ୍ଗୀ ନଦୀ ଉପକୂଳରେ ବ୍ରିଟିଶ ସୈନ୍ୟଙ୍କ ସହିତ ମୁହାଁମୁହିଁ ହୋଇଥିଲେ । 1900 ମସିହା ଜାନୁୟାରୀ ମାସରେ ଡୋମ୍ବାଡି ପାହାଡ ଉପରେ ପୁଣି ମୁହାଁ ମୁହିଁ ହୋଇଥିଲେ । ଏହାର ଦୁଇ ମାସ ପରେ ବିର୍ସା ମୁଣ୍ଡାଙ୍କୁ ଗିରଫ କରାଯାଇ ତାଙ୍କୁ ରାଞ୍ଚି ଜେଲରେ ରଖାଯାଇଥିଲା । ଜୁନ ମାସର 9 ତାରିଖରେ ବିର୍ସାଙ୍କ ମୃତ୍ୟୁ ଘଟିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+