ଇଣ୍ଡିଗୋ ବିମାନ ସହ ପକ୍ଷୀ ଧକ୍କା: ଜରୁରୀକାଳୀନ ଅବତରଣ
ନାଗପୁରରୁ କୋଲକାତା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ମଝି ଆକାଶରେ ବିମାନଟି ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା, ଯାହା ପରେ ପାଇଲଟ୍ ନାଗପୁରରେ ଜରୁରୀକାଳୀନ ଅବତରଣ କରିଥିଲେ।

ଘଟଣା ସମୟରେ ବିମାନରେ ୨୭୨ ଜଣ ଯାତ୍ରୀ ଥିଲେ। ଆକାଶରେ ଏକ ପକ୍ଷୀ ସହିତ ଧକ୍କା ହେବା ଯୋଗୁ ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା। ପାଇଲଟ୍ଙ୍କ ସମୟୋଚିତ ପଦକ୍ଷେପ ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କୌଣସି ପ୍ରକାରର କ୍ଷତି ହୋଇନାହିଁ।
ପକ୍ଷୀ ସହିତ ଧକ୍କା ହେବା ପରେ ବିମାନଟି ଥରିବାକୁ ଲାଗିଥିଲା। ଏହା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ସମସ୍ତେ ଭୟଭୀତ ଓ ଆତଙ୍କିତ ହୋଇ ଯାଇଥିଲେ। ଲୋକମାନଙ୍କୁ ଶାନ୍ତ ରହିବାକୁ ନିବେଦନ କରାଯାଇଥିଲା। ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଥିଲେ।












Click it and Unblock the Notifications