ଛତିଶଗଡ଼ରେ ବାର୍ଡ ଫ୍ଲୁ ଆତଙ୍କ
ଛତିଶଗଡରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏହା ଜଣାପଡିବା ପରେ ରାଏଗଡ ଜିଲାରେ ଥିବା ଏକ ସରକାରୀ କୁକୁଡା ଫାର୍ମରେ ୫,୦୦୦ କୁକୁଡା ଏବଂ ୧୨୦୦୦ ଚିଆଁକୁ ହତ୍ୟା କରାଯାଇଛି। ଏହାବ୍ୟତୀତ ପ୍ରାୟ ୧୭ ହଜାର ଅଣ୍ଡାକୁ ମଧ୍ୟ ନଷ୍ଟ କରାଯାଇଛି। ସଂକ୍ରମଣ ନ ବ୍ୟାପିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳର ୧୦ କିମି ବ୍ୟାସାର୍ଦ୍ଧରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ ଉକ୍ତ ଫାର୍ମରେ କେତେକ କୁକୁଡା ମରିଯିବାରୁ ସେମାନଙ୍କର ନମୁନା ପରୀକ୍ଷା ନିମନ୍ତେ ଭୋପାଳସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇ-ସିକ୍ୟୁରିଟି ଆନିମଲ ଡିଜିଜ୍କୁ ପଠାଯାଇଛି। ରାଏଗଡ ଜିଲାପାଳ ଏ ପ୍ରସଙ୍ଗରେ ଜିଲାର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି।












Click it and Unblock the Notifications