ବୀରଭୂମ ହିଂସା ଘଟଣା: ମମତା ବାନାର୍ଜୀଙ୍କୁ ଝଟକା, ସିବିଆଇ ତଦନ୍ତ କରିବ ମାମଲା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମ ସଂଘଟିତ ବ୍ୟାପକ ହିଂସା ଘଟଣା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ସଂସଦରେ ଏନେଇ ଆଲୋଚନା ପରିପ୍ରେକ୍ଷୀରେ ମମତା ସରକାରକୁ ଘେରିଛନ୍ତି ଭାରତୀୟ ଜନତା ପାର୍ଟି ସମେତ କମ୍ୟୁନିଷ୍ଟ, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଗୁଡିକ। ସେହିପରି ମମତା ବାନାର୍ଜୀଙ୍କୁ କୋଲକାତା ହାଇକୋର୍ଟରୁ ଝଟକା ଲାଗିଛି। ବୀରଭୂମ ହିଂସା ଘଟଣାର ସିବିଆଇକୁ ହସ୍ତାନ୍ତର କରିବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

mamata banarjee

କୋର୍ଟଙ୍କ ନିର୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟିର ତଦନ୍ତକୁ ବନ୍ଦ କରିବାକୁ ପଡିବ। ରାଜ୍ୟ ସରକାରଙ୍କ ଦ୍ଵାରା ତଦନ୍ତ ବନ୍ଦ କରି ସିବିଆଇ ଦ୍ଵାରା ଏହାର ତଦନ୍ତ କରିବାକୁ କୋର୍ଟ ପକ୍ଷରୁ ଦିଆ ଯାଇଥିବା ନିର୍ଦେଶ ମମତାଙ୍କ ମୁଣ୍ଡ ବ୍ୟଥା ବଢାଇଦେଇଛି।

ସୂଚନା ଯୋଗ୍ୟ ଯେ, ପଶିମ ବଙ୍ଗର ବୀରଭୂମରେ 8 ଜଣ ଲୋକଙ୍କୁ ପିଟି ପିଟି ମାରିବା ପରେ ସେମାନଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା। ଏହି ମୃତହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଥିଲେ। ଏହି ଅମାନବୀୟ ଏବଂ ବର୍ବରଚିତ ଆକ୍ରମଣରେ ପୋଲିସ ନିରବଦ୍ରଷ୍ଟା ସାଜିଥିବା ନେଇ ଏକାଧିକ ରାଜନୈତିକ ଦଳ ଅଭିଯୋଗ କରିଥିଲେ। ହାଇ କୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିବା ବ୍ୟକ୍ତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+