ଏଣିକି ସରକାରୀ କାର୍ଯ୍ୟଳୟରେ ବାୟୋମେଟ୍ରିକ ବାଧ୍ୟତାମୂଳକ, ବିଳମ୍ବରେ ଆସି ଶୀଘ୍ର ଗଲେ କଟିବ ଦରମା
ନୂଆଦିଲ୍ଲୀ: ଏବେ ସରକାରୀ କାର୍ଯ୍ୟଳୟରେ ବାୟୋମେଟ୍ରିକ ହେବ ବାଧ୍ୟତାମୂଳକ । ଏନେଇ ସବୁ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତିରେ ଅବହେଳା ଅଭିଯୋଗ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ବାୟୋମେଟ୍ରିକ ସିଷ୍ଟମ ଦ୍ୱାରା ରେକର୍ଡ଼ି ବ୍ୟବସ୍ଥାର ସଠିକ ପାଳନ କରିବାକୁ ବିଭାଗର ମୁଖ୍ୟକୁ କୁହାଯାଇଛି । ଯେଉଁମାନେ ଅଫିସକୁ ବିଳମ୍ବରେ ଆସନ୍ତି ଏବଂ ଶୀଘ୍ର ଚାଲି ଯାଆନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।
ଅନ୍ୟପଟେ ସମୀକ୍ଷା ବୈଠକରେ ଜଣାପଡିଛି ଯେ, ଯେଉଁ କାର୍ଯ୍ୟାଳୟରେ ଏହି ସିଷ୍ଟମ ସ୍ଥାପନ କରାଯାଇଛି । ସେଠାରେ ବହୁ ସଂଖ୍ୟକ କର୍ମଚାରୀ ସେମାନଙ୍କ ଉପସ୍ଥାନ ପଞ୍ଜିକରଣକୁ ନେଇ ଅବହେଳା କରୁଛନ୍ତି । ସେଥିଲାଗି କେନ୍ଦ୍ର ପକ୍ଷରୁ ସବୁ ବିଭାଗକୁ ନୋଟିସ୍ ଜାରି କରାଯାଇଛି । ଏବେ ଏହି ଅବହେଳାକୁ ବରଦାସ୍ତ ନ କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ମାୟୋମେଟ୍ରିକ ବାଧ୍ୟତାମୂଳକ କରିବାକୁ କୁହାଯାଇଛି ।












Click it and Unblock the Notifications