ବାୟୋମେଟ୍ରିକ୍‍ ପଦ୍ଧତି ମତଦାନ ଆଗାମୀ ଦିନର ସମ୍ଭାବନା; ରାଜୀବ କୁମାର

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି, ବାୟୋମେଟ୍ରିକ୍‍ ପଦ୍ଧତି ମତଦାନ ଆଗାମୀ ଦିନର ସମ୍ଭାବନା । ଏହା ମାଧ୍ୟମରେ ଏକାଧିକ ଥର ଭୋଟ୍‍ ଦେବା ଓ ଜଣକ ନାମରେ ଆଉ ଜଣେ ଭୋଟ୍‍ ଦେବା ସମ୍ଭବ ନୁହେଁ । ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ସମ୍ମିଳନୀରେ ଦ୍ୱିତୀୟ ଦିନରେ ସେ ଉଦ୍‍ବୋଧନ ଦେଇ କହିଛନ୍ତି, ଭାରତରେ ମତଦାନ କ୍ଷେତ୍ରରେ ବାୟୋମେଟ୍ରିକ୍‍ ପଦ୍ଧତିର ଉପଯୋଗ ପାଇଁ ପ୍ରକ୍ରିୟା ଜାରି ରହିଛି ।

RAJIV KUMAR

ଏହାଦ୍ୱାରା ଭିନ୍ନକ୍ଷମ, ବୟସ୍କ ଓ ବିଦେଶରେ ରହିଥିବା ଭାରତୀୟମାନେ ମଧ୍ୟ ମତଦାନ କରିପାରିବେ । ସମ୍ମିଳନୀର ଦ୍ୱିତୀୟ ଦିନରେ ନିର୍ବାଚନ ପରିଚାଳନା ପ୍ରଶାସକମାନେ ଆଜି ଇ.ଭି.ଏମ୍‍. ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିବା ସେ କହିଛନ୍ତି । ମତଦାନ ବ୍ୟବସ୍ଥାକୁ ତ୍ୱରିତ ଓ ନିର୍ଭୁଲ୍‍ କରିବାରେ ଇ.ଭି.ଏମ୍‍. ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଶ୍ରୀ କୁମାର କହିଛନ୍ତି । ଏହି ସମ୍ମିଳନୀରେ ୧୩ଟି ଦେଶ ଓ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକରୁ ୩୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+