ଇସ୍ତଫା ମାଗିବାର ଅଛି ତ ମୋଦିଙ୍କୁ ମାଗନ୍ତୁ: ମୁଖ୍ୟମନ୍ତ୍ରୀ
କୋଲକାତା: କୋଲକାତାର ଆରଜି କର ମେଡିକାଲ୍ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆନ୍ଦୋଳନ ତୀବ୍ର ହୋଇଛି। ଗତକାଲି ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ବନ୍ଦ୍ ଡାକରା ଦିଆ ଯାଇଥଲା। ଏହି ବନ୍ଦ୍ ସମୟରେ ବିଜେପିର ବରିଷ୍ଠ ନେତା ଜୟନ୍ତ କୁମାର ରୟ ଆକ୍ରମଣର ଶିକାର ହୋଇଛନ୍ତି।
ସିଲିଗୁଡ଼ିଠାରେ କିଛି ତ୍ରୁଣମୂଳ କଂଗ୍ରେସ (ଟିଏମ୍ସି)ର ଦଳୀୟ କର୍ମୀ ବିଜେପି ନେତାଙ୍କ ଉପରକୁ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ବିଜେପି ନେତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ର୍କାକୁ ଟେକାପଥର ଫିଙ୍ଗି ଭାଙ୍ଗି ଦେଇଥିବା ବି ଅଭିଯୋଗ ହୋଇଛି। ବିଜେପି ନେତା ମମତାଙ୍କ ଇସ୍ତଫା ଦାବି କରି ଜୋରଦାର କରୁଛନ୍ତି ବିକ୍ଷୋଭ ପଦର୍ଶନ ।

ଅନ୍ୟପକ୍ଷରେ କୋଲକାତାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ତାଙ୍କ ସରକାର ଆସନ୍ତା ସପ୍ତାହରେ ଏକ ବିଧାନସଭା ଅଧିବେଶନ ଡକାଇବେ ଓ ୧୦ ଦିନ ମଧ୍ୟରେ ବିଲ୍ ପାସ୍ କରି ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦେବାକୁ ନିଶ୍ଚିତ କରିବେ। ଏହା ସହ ମମତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ମୁଁ ଏପର୍ଯ୍ୟନ୍ତ ଏଭଳି କେନ୍ଦ୍ର ସରକାର ଦେଖି ନାହିଁ।
ମଣିପୁର ଏବେ ବି ନ୍ୟାୟ ପାଇଁ ଅପେକ୍ଷା ରହିଛି। ଯଦି ଆପଣ ଇସ୍ତଫା ମାଗିବାକୁ ଚାହାଁନ୍ତି, ତେବେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ମାଗନ୍ତୁ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦମ୍ ଅଛି ତେବେ ସେ ବଳାତ୍କାର ବିରୋଧରେ ଆଇନ ଆଣିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ଯେତେ ଅର୍ଥ ପ୍ରଦାନ କଲେ ମଧ୍ୟ ମୋ ବିରୋଧରେ କିଛି ହେବ ନାହିଁ। କେହି ଜଣେ ଭାବୁଛନ୍ତି ଯେ ଏହା ହେଉଛି ବାଂଲାଦେଶ ।
ମୁଁ ବାଂଲାଦେଶକୁ ପସନ୍ଦ କରେ କାରଣ ସେଠାରେ ଏକ ଭାଷା ଅଛି, କିନ୍ତୁ ମନେରଖନ୍ତୁ ଏହା ଏକ ଭିନ୍ନ ଦେଶ । ମୋଦି ବାବୁ, ଆପଣ ପଶ୍ଚିମବଙ୍ଗରେ ନିଆଁ ଲଗାଉଛନ୍ତି। ପଶ୍ଚିମବଙ୍ଗରେ ବଙ୍ଗଳାରେ ନିଆଁ ଲାଗିଥାଏ, ତେବେ ଆସାମରେ ମଧ୍ୟ ଏହା ଘଟିବ, ଏହା ଉତ୍ତର ପୂର୍ବରେ ମଧ୍ୟ ଘଟିବ।












Click it and Unblock the Notifications