ବିଲକିସ ବାନୋ ମାମଲା: ଗୁଜୁରାଟ ସରକାରଙ୍କୁ ଲାଗିଲା ଝଟକା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
Bilkis Bano case: ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍ ବାନୋ ମାମଲାରେ ଗୁଜୁରାଟ ସରକାରଙ୍କୁ ଲାଗିଛି ଝଟକା । ଗୁଜୁରାଟ ସରକାର ଏହି ମାମଲାରେ ୧୧ ଜଣଙ୍କୁ ଗୁଜରାଟ ସରକାର କ୍ଷମା ପ୍ରଦାନ କରି ଜେଲରୁ ଖଲାସ କରିଥିଲେ। ହେଲେ ସୁପ୍ରିମକୋର୍ଟ ପୁଣି ସମସ୍ତଙ୍କୁ ଜେଲକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଗୁଜୁରାଟ ସରକାର ପୁନଃ ବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ଆଜି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଗୁଜରାଟଙ୍କ ସରକାର ଆବେଦନକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟର ଖଣ୍ତପୀଠ କହିଛନ୍ତି ଯେ ଯେଉଁ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଛି ଏବଂ ଏଥିଲେ ଯେଉଁ ପେପର ରହିଛି, ଏହାକୁ ଭଲ ଭାବେ ଦେଖିବା ପରେ ଆମେ ହୃଦୟଙ୍ଗମ କରିଛୁ ଯେ ପୂର୍ବ ରାୟରେ କୌଣସି ତ୍ରୁଟି ନାହିଁ କିମ୍ବା ରିଭ୍ୟୁ ପିଟିସନର କୌଣସି ମେରିଟ ନାହିଁ। ତେଣୁ ରିଭ୍ୟୁ ପିଟିସନକୁ ଖାରଜ କରାଯାଉଛି।

2002 ଗୁଜୁରାଟ ଦଙ୍ଗା ସମୟରେ ବିଲକିସ୍ ବାନୋ ଙ୍କୁ ଦୁଷ୍କର୍ମ କରିବା ଏବଂ ତାଙ୍କ ପରିବାରକୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 11 ଜଣଙ୍କ ମୁକ୍ତିକୁ କରିବା ପାଇଁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ସମୟରେ କୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ଜାନୁଆରୀରେ ସୁପ୍ରିମକୋର୍ଟ କହିଥିଲେ ଯେ ଗୁଜୁରାଟ ସରକାରଙ୍କ ଦ୍ୱାରା "ଭଲ ଆଚରଣ" ପାଇଁ ମୁକ୍ତ ହୋଇଥିବା 11 ଜଣଙ୍କୁ ଜେଲକୁ ଫେରିବାକୁ ପଡ଼ିବ।
ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମା ନୀତି ବଳରେ ପ୍ରାୟ ଦେଢ଼ ବର୍ଷ ତଳେ ସମସ୍ତ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଜାନୁଆରୀ ୧୯ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଦୋଷୀଙ୍କ ଦଣ୍ଡ କୋହଳ କରାଯାଇ ପାରିବ ନାହିଁ ବୋଲି କହିଥିଲେ ଏବଂ ସମୟ ପୂର୍ବରୁ ସେମାନେ ମୁକୁଳି ପାରିବେ ନାହିଁ ବୋଲି କହିଥିଲେ ।












Click it and Unblock the Notifications