ସ୍ପେନ୍ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ସୁଦୃଢ଼ : ସ୍ପେନ୍ ରାଷ୍ଟ୍ରପତି
ସ୍ପେନ୍ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦଢ଼ ରହିଛି ଏବଂ ଦୁଇ ଦେଶ ମିଳିତ ଭାବେ ଏକ ଅଧିକ ସ୍ଥାୟୀ ଭବିଷ୍ୟତ ଦିଗରେ ଅଗ୍ରଗତି କରିପାରିବେ ବୋଲି ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ କହିଛନ୍ତି । ମୁମ୍ବାଇରେ ଚତୁର୍ଥ ସ୍ପେନ୍ ଭାରତ ଫୋରମ୍କୁ ଆଜି ଉଦ୍ଘାଟନ କରି ଶ୍ରୀ ସାଞ୍ଚେଜ୍ କହିଛନ୍ତି, ଦୁଇଦେଶ ଅଧିକ ବ୍ୟବସାୟ, ପୁଞ୍ଜିନିବେଶ, ସହଯୋଗ ବୃଦ୍ଧି ଆଦି କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କର ଶକ୍ତି ଉପରେ ଆଧାରିତ । ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଡଇଜିଟାଲ ଟେକ୍ନୋଲୋଜି ଏବଂ କୃତ୍ରିମ ବୁଦ୍ଧିମତା ଦ୍ୱାରା ସୃଷ୍ଟ ଆହ୍ୱାନକୁ ମୁକାବିଲା କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନେଇ ଆନ୍ତର୍ଜାତିକ ସହଯୋଗ ଉପରେ ଶ୍ରୀ ସାଞ୍ଚେଜ୍ ଗୁରୁତ୍ୱାରୋପ କରିଛନ୍ତି ।

ଚତୁର୍ଥ ସ୍ପେନ୍ ଭାରତ ଫୋରମ୍ର ଶୀର୍ଷକ ରହିଥିଲା "ଭୂ ରାଜନୈତିକ ଏବଂ ବୈଷୟିକ ଆହ୍ୱାନ ମଧ୍ୟରେ ସ୍ପେନ୍-ଭାରତ ଭାଗିଦାରୀ, ନୂତନ ଦିଗନ୍ତ, ନୂତନ ସମ୍ଭାବନା" । ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍ ଏବଂ ସ୍ପେନ୍-ଇଣ୍ଡିଆ କାଉନ୍ସିଲ୍ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଏହି ଫୋରମ୍ର ଆୟୋଜନ କରାଯାଇଥିଲା ।












Click it and Unblock the Notifications