ଆସନ୍ତା ଗୁରୁବାର ବିହାର ଭୋଟର୍ ସଂଶୋଧନ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ବିହାରରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅଧୀନରେ ଭୋଟର ତାଲିକାରୁ ଲକ୍ଷ ଲକ୍ଷ ନାମ ବାଦ ଦିଆଯିବାର ସମ୍ଭାବନାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ସୋମବାର ବରିଷ୍ଠ ଓକିଲ କପିଲ ସିବ୍ବଲ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ଅନୁରୋଧ କରିଥିଲେ । ଆସନ୍ତା ଗୁରୁବାର ମାନ୍ୟବର ସର୍ବ୍ବୋଚ ଅଦଲତ ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ କମିଶନକୁ କୌଣସି ଆନୁଷ୍ଠାନିକ ନୋଟିସ୍ ଜାରି କରିନାହାଁନ୍ତି । ତଥାପି, କୋର୍ଟ ଗୁରୁବାର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଆବେଦନକାରୀମାନଙ୍କୁ ସେମାନଙ୍କର ଆବେଦନର ଆଗୁଆ କପି ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାରଙ୍କୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଯାହା ଦ୍ୱାରା ସମ୍ପୃକ୍ତ ପକ୍ଷମାନେ ପୂର୍ଣ୍ଣ ପ୍ରସ୍ତୁତି ସହିତ ଶୁଣାଣି ପାଇଁ ଉପସ୍ଥିତ ହୋଇପାରିବେ ।

supreme court

କପିଲ ସିବ୍ବଲଙ୍କ ସହିତ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି, ଶାଦାବ ଫରାସତ ଏବଂ ଗୋପାଳ ଶଙ୍କରନାରାୟଣନ ସୁପ୍ରିମକୋର୍ଟରେ ପକ୍ଷ ରଖିଛନ୍ତି । ଏହି ପ୍ରକ୍ରିୟା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ନାମ, ବିଶେଷକରି ମହିଳା ଏବଂ ଗରିବ ବର୍ଗର ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯିବାର ସମ୍ଭାବନା ରହିଛି ।

ତେଣୁ ଏହି ସଂଶୋଧନ ପ୍ରକ୍ରିୟା ଉପରେ ତ୍ୱରିତ କଟକଣା ଲଗାଇବାକୁ ଆବେଦନକାରୀ ପକ୍ଷରୁ ଦାବି କରାଯାଇଛି । ସେ କହିଛନ୍ତି ଯେ ନିର୍ବାଚନ କମିଶନ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟ ସୀମା ବହୁତ କମ୍ ହୋଇଥିବାରୁ ଆଜି କିମ୍ବା କାଲି ଏହି ମାମଲାର ଶୁଣାଣି କରାଯିବା ଉଚିତ । ବିହାରରେ ବର୍ତ୍ତମାମ ନାମ ହଟାଇବା ପ୍ରକ୍ରିୟା ଜାରି ରହିଛି । ଏହା ଆସନ୍ତା ୨୫ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ ।

ଆବେଦନକାରୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (RJD), କଂଗ୍ରେସ, ମହୁଆ ମୋଇତ୍ରା, ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR), ପିପୁଲ୍ସ ୟୁନିଅନ୍ ଫର୍ ସିଭିଲ୍ ଲିବର୍ଟିଜ୍ (PUCL) ଅନ୍ତର୍ଭୁକ୍ତ । ଏହି ପ୍ରକ୍ରିୟାକୁ ଅସାମ୍ବିଧାନିକ ଏବଂ ଜନବିରୋଧୀ ବୋଲି କହି ସମସ୍ତେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+