ମୋବାଇଲ ଚୋରି ପଡିଲା ମହଙ୍ଗା, ଚଳନ୍ତା ଟ୍ରେନରେ ୧୦ କିମି ଝୁଲି ରହିଲା ଚୋର

ଟ୍ରେନ ଯାତ୍ରୀଙ୍କଠୁ ମୋବାଇଲ ଚୋରି ପଡିଲା ମହଙ୍ଗା । ଚଳନ୍ତା ଟ୍ରେନରେ ୧୦ କିମି ଝୁଲି ରହିଲା ଚୋର । ଟ୍ରେନର ଝରକା ପଟେ ମୋବାଇଲ ଝାମ୍ପିବାକୁ ଉଦ୍ୟମ କରୁଥିଲା ଚୋର ।

ପାଟନା: ଟ୍ରେନ ଯାତ୍ରୀଙ୍କଠୁ ମୋବାଇଲ ଚୋରି ପଡିଲା ମହଙ୍ଗା । ଚଳନ୍ତା ଟ୍ରେନରେ ୧୦ କିମି ଝୁଲି ରହିଲା ଚୋର । ଟ୍ରେନର ଝରକା ପଟେ ମୋବାଇଲ ଝାମ୍ପିବାକୁ ଉଦ୍ୟମ କରୁଥିଲା ଚୋର । ଏହି ସମୟରେ ଜଣେ ଯାତ୍ରୀ ଚୋରକୁ କାବୁ କରି ନେଇଥିଲେ । ପର ଷ୍ଟେସନ ଆସିବା ଯାଏଁ ପାଖାପାଖୀ ୧୦ କିଲୋମିଟର ଯାଏଁ ଚୋର ସେମିତି ଚଳନ୍ତା ଟ୍ରେନରେ ଝୁଲିରହିଥିଲା । ଘଟଣା ଘଟିଛି ବିହାରର ସାହେବପୁର କମଲ ଷ୍ଟେସନ ନିକଟରେ ।

Thief Stuck in Moving Train

ଝରକା ପଟେ ଝୁଲି ରହିଥିବା ଅବସ୍ଥାରେ ଚୋର ଜଣଙ୍କ ବାରମ୍ବାର କ୍ଷମା ମାଗିଥିଲେ ମଧ୍ୟ ହାତକୁ ଭିଡ଼ି ଧରିଥିବା ଦୁଇ ଜଣ ଯାତ୍ରୀ କିଛି ବି ଶୁଣି ନଥିଲେ। ଏହି ଘଟଣାଟି ସେପ୍ଟେମ୍ବର ୧୪ରେ ବିହାରରେ ଘଟିଥିଲା। ଏବେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନଟି ବେଗୁସରାଇରୁ ଖଗରିଆ ଯାଉଥିଲା। ଏଥିରେ ବସିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଯୁବକ ଜଣଙ୍କ ସାହେବପୁର କମଲ ଷ୍ଟେସନରେ ମୋବାଇଲ ଛଡ଼ାଇବାକୁ ଝରକା ପଟେ ଚେଷ୍ଟା କରିଥିଲେ। ତେବେ ସେ ମୋବାଇଲ ଝାମ୍ପିବା ବେଳେ ସତର୍କ ଥିବା ଯାତ୍ରୀ ଜଣଙ୍କ ତାଙ୍କ ହାତକୁ ଧରି ପକାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+