ନଦୀରେ ବୁଡ଼ିଗଲେ ୭ ଶିଶୁ, ଗୋଟିଏ ପରିବାରର ୫ ମୃତ

ରୋହତାସ : ବିହାର ରୋହତାସରେ ରବିବାର ସୋନ ନଦୀରେ ଗାଧୋଉଥିବା ବେଳେ ୭ ଜଣ ପିଲା ବୁଡିଯାଇଛନ୍ତି। ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ସନ୍ଧାନ ଜାରି ରହିଛି।ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର ହୋଇଥିବା ପାଞ୍ଚ ପିଲାଙ୍କ ମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଦୁଇ ପିଲାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା ଯେଉଁଠାରେ ଡାକ୍ତରମାନେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ବୁଡ଼ି ଯାଇଥିବା ପିଲାମାନଙ୍କ ମଧ୍ୟରେ ୧୦ ବର୍ଷୀୟ କେଦାର ଗୌଡ଼, ୧୨ ବର୍ଷୀୟ ବିବେକ କୁମାର, ୧୦ ବର୍ଷୀୟ ଟୁନୁ ଗୌଡ଼, ୧୩ ବର୍ଷୀୟ ନାବ୍ୟା କୁମାରୀ, ୧୨ ବର୍ଷୀୟ ନିଧି କୁମାରୀ ପ୍ରମୁଖ ରହିଛନ୍ତି | ସେହିପରି ୮ ବର୍ଷୀୟ ଗୁଙ୍ଗୁନ କୁମାରୀ ଓ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ସୂଚନା ଅନୁସାରେ, ଏହି ଘଟଣା ବିହାରର ରୋହତାସରେ ଘଟିଛି। ଆଜି ସକାଳେ ୭ ଜଣ ନାବାଳକ ସୋନ ନଦୀକୁ ଗାଧୋଇବାକୁ ଯାଇଥିଲେ।

Bihar TRAGEDY

ଜଣେ ନାବାଳକ ପ୍ରଥମେ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ଫଳରେ ଅନ୍ୟମାନ ତାଙ୍କୁ ଉଦ୍ଧାର କରିବା ପାଇଁ ନଦୀକୁ ପଶିଥିଲେ। କିନ୍ତୁ ଜଣଙ୍କ ପରେ ଜଣେ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ପିଲାମାନଙ୍କ ପାଟି ଶୁଣି ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଟିମକୁ ଖବର ଦେଇଥିଲେ।

ଖବର ପାଇ ଉଦ୍ଧାରକାରୀ ଟିମ୍ ପାଞ୍ଚ ଜଣଙ୍କୁ ଉଦ୍ଧାର କରିଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉଦ୍ଧାର ଶବଗୁଡିକୁ ପୋଷ୍ଟମର୍ଟମ ପାଇଁ ସାସାରାମ ସଦର ହସ୍ପିଟାଲକୁ ପଠାଇ ଦିଆଯାଇଛି। ସେହିପରି ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+