ନିର୍ବାଚନ କମିଶନ ଜାରି କଲେ ବିହାରରେ ଚୂଡ଼ାନ୍ତ ଭୋଟର ତାଲିକା
ବିହାରରେ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ପରେ ନିର୍ବାଚନ କମିଶନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ବିହାରରେ ପୂର୍ବରୁ ୭ କୋଟି ୮୯ ଲକ୍ଷ ୮୪୪ ଭୋଟର ଥିଲେ । ଏସଆଇଆର ସମୟରେ ୬୫ ଲକ୍ଷ ଲୋକଙ୍କ ନାଁ ତାଲିକାରୁ କଟିବା ସହ ଏହି ସଂଖ୍ୟା ୭.୨୪ କୋଟିକୁ ହ୍ରାସ ହୋଇଥିଲା । ଏହାକୁ ନେଇ ବିରୋଧୀ ହଙ୍ଗାମା କରିଥିଲେ ଏବଂ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏବେ ଯେଉଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଏଥିରେ ଲକ୍ଷ ମତଦାତାଙ୍କୁ ସାମିଲ କରାଯାଇଛି । କୌଣସି ମତଦାତା ନିର୍ବାଚନ ଆୟୋଗଙ୍କ ସରକାରୀ ପୋର୍ଟାଲ୍ https://voters.eci.gov.in/ କୁ ଯାଇ ସେମାନଙ୍କର ନାମ ଏବଂ ବିବରଣୀ ଦେଖିପାରିବେ ।

ଏସଆଇଆର ପ୍ରକ୍ରିୟାରେ ନୂଆ ଭୋଟରଙ୍କ ନାମ ଯୋଡ଼ା ଯାଇଛି । ମୃତ ଏବଂ ନକଲି ମତଦାତାଙ୍କୁ ତାଲିକାରୁ ହଟାଇ ଦିଆଯାଇଛି । ନିର୍ବାଚନ କମିଶନଙ୍କ ଅନୁଯାୟୀ, ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ଠିକଣା ମଧ୍ୟ ଅପଡେଟ୍ କରାଯାଇଛି। ଏସଆଇଆର ସମ୍ପର୍କରେ ନିର୍ବାଚନ କମିଶନ କହିଥିଲେ ଯେ, ଯୋଗ୍ୟ ଭୋଟରମାନେ ଭୋଟର ତାଲିକାରେ ରହିବେ ଏବଂ ଯେଉଁମାନେ ବାଦ ପଡ଼ିଥିଲେ ସେମାନଙ୍କୁ ସାମିଲ କରିବା ଏହାର ଉଦ୍ଦେଶ୍ୟ ।
ନିର୍ବାଚନର କିଛି ମାସ ପୂର୍ବରୁ ଏସଆଇଆର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସମେତ ଇଣ୍ଡି ମେଣ୍ଟର ଅନେକ ନେତା ବିହାରରେ ଏକ ଭୋଟର ଅଧିକାର ମାର୍ଚ୍ଚ କରିଥିଲେ । ନିର୍ବାଚନ କମିଶନ ଶାସକ ମେଣ୍ଟକୁ ସମର୍ଥନ କରୁଥିବା ଅଭିଯୋଗ କରିଥିଲେ।
ନିର୍ବାଚନ କମିଶନଙ୍କ ଦ୍ୱାରା ଅଗଷ୍ଟ ୧, ୨୦୨୫ରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ୭ କୋଟି ୨୪ ଲକ୍ଷ ୫ ହଜାର ୭୫୬ ଭୋଟର ଥିଲେ । ଅର୍ଥାତ୍ ୬୫.୬୩ ଲକ୍ଷ ଲୋକଙ୍କୁ ତାଲିକାରୁ ବାଦ ଦିଆଯାଇଥିଲା। ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପରେ, ନିର୍ବାଚନ କମିଶନ ୩ ଲକ୍ଷ ଲୋକଙ୍କୁ ନୋଟିସ୍ ପଠାଇଥିଲେ। ଏହି ସମୟ ମଧ୍ୟରେ ୨.୧୭ ଲକ୍ଷ ଲୋକ ସେମାନଙ୍କ ନାମ ବାଦ ଦେବାକୁ ଆବେଦନ କରିଥିଲେ । ୧୬.୯୩ ଲକ୍ଷ ଲୋକ ସେମାନଙ୍କ ନାମ ଯୋଡିବା ପାଇଁ ଆବେଦନ କରିଥିଲେ।












Click it and Unblock the Notifications