ଅଳିଆ ଗଦାରୁ ମିଳିଲା VVPAT ସ୍ଲିପ୍, ବିହାର ରାଜନୀତିରେ ହଟଚମଟ...
ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ସମସ୍ତିପୁରରୁ ବଡ଼ ଖବର ସାମ୍ନାକୁ ଆସୁଛି। ସରାୟରଞ୍ଜନ ବିଧାନସଭା ନିର୍ବାଚନମଣ୍ଡଳିର ଶୀତଲ ପଟ୍ଟି ଗାଁ ନିକଟରେ ହଜାର ହଜାର ଭିଭିପିଏଟି ସ୍ଲିପ୍ ଅଳିଆ ଗଦାରେ ଫିଙ୍ଗା ହୋଇଥିବା ଦେଖା ଯାଇଛି। ତେବେ ଏତେ ସଂଖ୍ୟାରେ ଭିଭିପିଏଟି ସ୍ଲିପ୍ ଫିଙ୍ଗାଯିବାର କାରଣ କଣ ସେ ନେଇ ହଟଚମଟ ସୃଷ୍ଟି ହୋଇଛି। ଏହି ଘଟଣା ନିର୍ବାଚନ ପ୍ରକ୍ରିୟାର ପାରଦର୍ଶିତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।
ବିହାରରେ ଯେଉଁ ସବୁ ସିଟ୍ ରେ ଭୋଟଗ୍ରହଣ ସରିଛି ସେହି ସବୁ ଇଭିଏମକୁ ଷ୍ଟ୍ରଙ୍ଗ ରୁମରେ ରଖା ଯାଇଥିବା ବେଳେ ଏହାର ସୁରକ୍ଷା ପାଇଁ ବହୁ ସଂଖ୍ୟାରେ ପୋଲିସ କର୍ମୀ ଓ ରାଜନୈତିକ ଦଳର ପ୍ରତିନିଧି ମୁତୟନ ହୋଇଛନ୍ତି। ତେବେ ଫିଙ୍ଗା ଯାଇଥିବା ଭିଭିପିଏଟି ସ୍ଲିପ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆରଜେଡି ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫିଙ୍ଗା ଯାଇଥିବା ଭିଭିପିଏଟି ସ୍ଲିପର ଭିଡିଓ ସେୟାର କରିଛି ଓ ଏହା ସମସ୍ତିପୁରର ସରାୟରଞ୍ଜନ ନିର୍ବାଚନ ମଣ୍ଡଳିର ବୋଲି ଦାବି କରିଛି।

ଶନିବାର ହଜାର ହଜାର VVPAT ସ୍ଲିପ୍ ଅଳିଆ ଗଦାରେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଏହି ସ୍ଲିପ୍ଗୁଡ଼ିକ ସରାୟରଞ୍ଜନ ବିଧାନସଭା ନିର୍ବାଚନମଣ୍ଡଳୀର ଶୀତଳପଟ୍ଟି ଗାଁ ନିକଟରୁ ମିଳିଛି। ନଭେମ୍ବର ୬ ତାରିଖରେ ଏହି ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ହୋଇଥିଲା। ଶନିବାର ସକାଳେ ଶୀତଳପଟ୍ଟି ଗାଁରେ VVPAT ସ୍ଲିପ୍ ମିଳିବା ପରେ ଉତ୍ତେଜନା ଦେଖଦେଇଛି। ଏହି ଖବର ପାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଜିଲ୍ଲାପାଳ ପହଞ୍ଚି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସରାୟରଞ୍ଜନ ବିଧାନସଭା ନିର୍ବାଚନମଣ୍ଡଳୀର କେଏସଆର କଲେଜ ନିକଟରେ ମତଦାନ ସମୟରେ ମକ୍ ପୋଲ ସ୍ଲିପ୍ ଫିଙ୍ଗାଯାଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବାକୁ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମା
-
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ











Click it and Unblock the Notifications