Get Updates
Get notified of breaking news, exclusive insights, and must-see stories!

ବିହାର ନିର୍ବାଚନ ପାଇଁ ଏନଡିଏ ଆସନ ବୁଝାମଣା ଶେଷ , ୨୪୩ ଆସନ ମଧ୍ୟରୁ .....

ବିହାର ବିଧାନସଭା ନିର୍ବାଚନ। ଏନଡିଏ ଓ ଜେଡିୟୁ ମଧ୍ୟରେ ସିଟ ଭାଗବଣ୍ଟା ପ୍ରାୟ ଚୂଡାନ୍ତ ହୋଇଛି। ଆଜି ଏନଡିଏରେ ସିଟ ଭାଗବଣ୍ଟା ନେଇ ବିଧିବଦ୍ଧ ଘୋଷଣା ହେବ। ମୋଟ ୨୪୩ ଆସନ ମଧ୍ୟରୁ ଜେଡିୟୁକୁ ସର୍ବାଧିକ ୧୦୨ ଆସନ ମିଳିଥିବା ଚର୍ଚା ହେଉଛି। ଦ୍ଵିତୀୟରେ ରହିଛି ବିଜେପି। ବିଜେପିକୁ ଜେଡିୟୁରୁ ଗୋଟିଏ କମ ୧୦୧ ଆସନରେ ଲଢିବ । ଚିରାଗ ପାଶୱାନଙ୍କ ଏଲଜେପିକୁ ୨୫ ଆସନ ଦିଆଯାଇଛି।

ସେହିପରି ଜିତନ ରାମ ମାଂଝୀଙ୍କ ହାମକୁ ୮ ଆସନରେ ଲଢିବ। ଉପେନ୍ଦ୍ର କୁଶୱାହଙ୍କ ଦଳ ଆରଏଲଏମକୁ ୭ ଆସନ ଦିଆଯାଇଛି। ଗତକାଲିଠାରୁ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ଏନଡିଏ ପକ୍ଷରୁ ହୋଇପାରେ ବିଧିବଦ୍ଧ ଘୋଷଣା। ଜେଡିୟୁ ସର୍ବାଧିକ ସଂଖ୍ୟକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୦ ରହିଛି। ବିଜ୍ଞପ୍ତି ଅନୁଯାୟୀ, ପ୍ରାର୍ଥୀମାନେ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିପାରିବେ।

nitish kumar

ଏବଂ ପରଦିନ ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୦ ତାରିଖ ରହିଛି। ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୬ରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୧୨୧ଟି ନିର୍ବାଚନମଣ୍ଡଳୀରେ ମତଦାନ ହେବ। ନିର୍ବାଚନ କମିଶନ ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରୁଛନ୍ତି। ଏହି ପ୍ରଥମ ପର୍ଯ୍ୟାୟରେ ଯେଉଁ ଜିଲ୍ଲାଗୁଡ଼ିକରେ ମତଦାନ ହେବ ସେଗୁଡ଼ିକ ମଧ୍ୟରେ ପାଟନା, ମୁଜାଫରପୁର, ଦରଭଙ୍ଗା, ସହରସା, ମାଧେପୁରା, ଗୋପାଳଗଞ୍ଜ, ସିୱାନ, ସାରଣ, ବୈଶାଳୀ, ସମସ୍ତିପୁର, ବେଗୁସରାଇ, ଲଖିସରାଇ, ମୁଙ୍ଗେର, ଶେଖପୁରା, ନାଳନ୍ଦା, ବକ୍ସର ଏବଂ ଭୋଜପୁର ଅନ୍ତର୍ଭୁକ୍ତ। ବିହାରରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଏହି ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ଟି ବିଧାନସଭା ଆସନରେ ମତଦାନ ହେବ। ଭୋଟ୍ ଗଣତି ନଭେମ୍ବର ୧୪ ତାରିଖରେ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+