ଆଜି ଇସ୍ତଫା ଦେବେ ନୀତିଶ କୁମାର
Bihar News: ବିହାରରେ ରାଜନୀତି ଉପରେ ସାରା ଦେଶର ନଜର ରହିଛି । ଭାଙ୍ଗିବାକୁ ଯାଉଛି କି ବିରୋଧୀଙ୍କ ମହାମେଣ୍ଟ ! ପୁଣିଥରେ ବିଜେପି ସହ ମିଶି ସରକାର ଗଠନ କରିବେ କି ନୀତିଶ ବର୍ତ୍ତମାନ ଏହାକୁ ନେଇ ସାରା ଦେଶରେ ହଟଚମଟ ଜାରି ରହିଛି । ହେଲେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ଖବର ରହିଛି ଯେ, ଆଜି ନୀଶିତ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ଏବଂ ଆସନ୍ତାକାଲି ବିଜେପି ସହ ମିଶି ପୁଣି ନୂଆ ସରକାର ଗଠନ କରିବା ସହ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ।

ରିପୋର୍ଟ ଅନୁସାରେ, ଜେଡିୟୁ ବିଜେପି ସହ ମିଶି ସରକାର ଗଠନ କରିବା ନେଇ ନିଷ୍ପତ୍ତି ହୋଇସାରିଛି କେବଳ ଔପତାରିକ ଭାବେ ଘୋଷଣା ହେବା ବାକି ରହିଛି । ସେପଟେ ଜେଡିୟୁ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଯାଇଛି । ଖବର ଏହା ମଧ୍ୟ ରହିଛି ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇ ନୂଆ ସରକାର ଗଠନ ପାଇଁ ଦାବି କରିପାରନ୍ତି ନିକୀଶ କୁମାର । ଗୋଟିଏ ପଟେ ଜେଡିୟୁ ବିଜେପି ସହ ମିଶି ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ଆରଜେଡି ମଧ୍ୟ କଂଗ୍ରେସ ହାତ ମିଳାଇବାକୁ ଯାଉଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩ ଥିବା ରହିଛି ଏବେ ସରକାର ଗଠନ କରିବାର ମ୍ୟାଜିକ ନମ୍ବର ରହିଛି ୧୨୨ । ଲାଲୁ ଯାଦଙ୍କର ସବୁଠାରୁ ବଡ଼ ଦଳ ତାଙ୍କ ଆସନ ସଂଖ୍ୟା ୭୯ ରହିଥିବା ବେଳେ ଦ୍ୱିତୀୟରେ ରହିଛି ବିଜେପି । ସେହିପରି ମାତ୍ର ୪୫ ଆସନ ଜିତିଥିବା ନୀତୀଶ କୁମାରଙ୍କ ଦଳ ତେବେ ମ୍ୟାଜିକ୍ ନମ୍ବର ଛୁଇଁବା ପାଇଁ ଦୁଇ ଦଳ ଜେଡିୟୁ ଉପରେ ନିର୍ଭରଶୀଳ । ରାଜ୍ୟରେ କଂଗ୍ରେସ ପାଖରେ ରହିଛି ୧୯ଟି ଆସନ ଏବଂ ବାମଦଳର ୧୬ ବିଧାୟକ ଅଛନ୍ତି ।












Click it and Unblock the Notifications