ପୁଣି ଚର୍ଚ୍ଚାରେ ବିହାର ପଲିଟିକ୍ସ, NDAକୁ ଧମକାଇଲେ ଜିତନ୍ ରାମ ମାଞ୍ଝି !

ଏନଡିଏରୁ ଅଲଗା ହେବେ କି ଜୀତନ ରାମ ମାଞ୍ଝୀ? ପୁଣି ଚର୍ଚ୍ଚାରେ ବିହାର ପଲିଟିକ୍ସ । କାହିଁକି ନା, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM)ର ନେତା ତଥା କେନ୍ଦ୍ରମନ୍ତ୍ରୀ ଜୀତନ ରାମ ମାଞ୍ଝି ପୁଣିଥରେ ସିଟ୍ ସେୟାରିଂକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୟାରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କ ଦଳ HAM, NDA ଭିତରେ ବିଶେଷକରି ରାଜ୍ୟସଭାରେ ଏହାର ଉଚିତ ଅଂଶ ପାଇବା ଉଚିତ।

Jitan Ram Manjhi

ଜୀତନ ରାମ ମାଞ୍ଝି କହିଛନ୍ତି, ଏବେ ମଧ୍ୟ ଆମେ କହୁନାହୁଁ ଯେ ଆମକୁ ଆସନ ମିଳିବ ନାହିଁ। ଅନେକ ଖବରରେ କୁହାଯାଉଛି ଜେଡିୟୁକୁ ଦୁଇଟି ରାଜ୍ୟସଭା ଆସନ, ବିଜେପିକୁ ଦୁଇଟି ଏବଂ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)କୁ ଗୋଟିଏ ଆସନ ଦିଆଯାଉଛି। ଏପରି ପରିସ୍ଥିତିରେ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା କେଉଁଠି? ତେଣୁ ଆମକୁ ରାଜ୍ୟସଭା ସିଟ୍ ପାଇଁ ଦାବି କରିବା ଉଚିତ ବୋଲି କହିଛନ୍ତି ଜୀତନ ରାମ ମାଞ୍ଝୀ ।

ଖାଲି ସେତିକି ନୁହେଁ, ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ଉଲ୍ଲେଖ କରି ମାଞ୍ଝୀ କହିଛନ୍ତି, "ସେତେବେଳେ ଆମକୁ ଦୁଇଟି ଲୋକସଭା ଆସନ ଦିଆଯିବ ବୋଲି କୁହାଯାଇଥିଲା। ପରେ କୁହାଯାଇଥିଲା ଯେ ଗୋଟିଏ ରାଜ୍ୟସଭା ଆସନ ଦିଆଯିବ। ହେଲେ ସେତେବେଳେ ଆମକୁ ଗୋଟିଏ ଲୋକସଭା ଆସନ ଦିଆଯାଇଥିଲା ଏବଂ ଆମେ ସେହି ନିର୍ବାଚନରେ ମଧ୍ୟ ଜିତିଥିଲୁ। ସେ ଆହୁରି କହିଛନ୍ତି, ମୋତେ ମନ୍ତ୍ରୀ କରିବା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଉଛୁ , କିନ୍ତୁ ହେଲେ ଏବେ ବି ହାମର ଗୋଟିଏ ରାଜ୍ୟସଭା ଆସନ ବାକି ଅଛି। ମାଞ୍ଝୀ ଆହୁରି ମଧ୍ୟ କହିଛନ୍ତି, ୨୦୨୪ ନିର୍ବାଚନ ଏବଂ ଲୋକସଭା ନିର୍ବାଚନର ଫଳାଫଳ ଆଧାରରେ, ଏପ୍ରିଲରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ଗୋଟିଏ ଆସନ ମିଳିବା ଉଚିତ। ଏହା ମୋର ଦାବି।

ସେହିପରି ଏନଡିଏରୁ ଅଲଗା ହେବା ସମ୍ପର୍କରେ ଆଲୋଚନା ଉପରେ ମାଞ୍ଝୀ କହିଛନ୍ତି, " ଯେପର୍ଯ୍ୟନ୍ତ ସଂଗଠନ ଆମ ସହିତ ଅଛି, ସେପର୍ଯ୍ୟନ୍ତ ଏନଡିଏରୁ ଅଲଗା ହେବା ବିଷୟରେ କୁହାଯିବନି । ଲୋକମାନେ ଏହାକୁ ଭୁଲ ଉପାୟରେ ଉପସ୍ଥାପନ କରୁଛନ୍ତି। ଆମେ କହିଥିଲୁ ଯେ ଆଜି ଆମେ ଏକ ସ୍ୱୀକୃତିପ୍ରାପ୍ତ ଦଳ ନୁହେଁ କାରଣ ଆମର ୮ଟି ଆସନ ନାହିଁ। ଯଦି ଆମେ ଅତି କମରେ ୧୦ଟି ଆସନ ପାଇ ୮ଟି ଜିତିଥାନ୍ତୁ, ତେବେ ଆମେ ଏକ ସ୍ୱୀକୃତିପ୍ରାପ୍ତ ଦଳ ହୋଇଥାଆନ୍ତୁ। ଆଗାମୀ ଦିନରେ ଆମକୁ ୫୦, ୬୦ କିମ୍ବା ୧୦୦ ଆସନରେ ଲଢ଼ିବା ଉଚିତ ହେବ। ଯଦି ଆମେ ଲଢ଼ିବୁ, ତେବେ ଆମେ ୬ ପ୍ରତିଶତ ଭୋଟ ପାଇବୁ ଏବଂ ଏକ ସ୍ୱୀକୃତିପ୍ରାପ୍ତ ଦଳ ହୋଇପାରିବୁ। ଆମେ କେବଳ ଆମ ଦଳକୁ ସ୍ୱୀକୃତି ଦେବା ପାଇଁ ଏହା କହୁଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+