ବିହାରରେ ପୁଣି ରାଜନୈତିକ ନାଟକ, ବାଚସ୍ପତି ଦେଲେ ଇସ୍ତଫା

ବିହାର ବିଧାନସଭାର ବାଚସ୍ପତି ଅୱଧ ବିହାରୀ ଚୌଧରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ନୀତୀଶ କୁମାର ଓ ବିହାର ରାଜନୀତି ପାଇଁ ଆଜିର ଦିନ ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ବିହାର ବିଧାନସଭାରେ ଆଜି ଶକ୍ତି ପରୀକ୍ଷା ଦେବେ ନୀତୀଶ ସରକାର । ବିଧାନସଭା ପ୍ରକ୍ରିୟା ଜାରି ରହିଛି। ସମସ୍ତ ଦଳର ବିଧାୟକ ଗୃହରେ ପହଞ୍ଚିଛନ୍ତି। ଏହାରି ଭିତରେ ଇସ୍ତଫା ଦେଇଛନ୍ତି ବାଚସ୍ପତି ଅବଧ ବିହାରୀ ଚୌଧୁରୀ ।

Bihar

ନୀତୀଶ କୁମାରଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପରେ ତାଙ୍କୁ ବାଚସ୍ପତି ପଦରୁ ହଟାଇବା ପାଇଁ ଏକ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା, ଏହା ସତ୍ତ୍ୱେ ସେ ଏହି ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। ତେବେ ସୋମବାର ଏହି ପ୍ରସ୍ତାବ ଉପରେ ଆଲୋଚନା କରିବା ପରେ ସେ ବାଚସ୍ପତିଙ୍କ ଚେୟାର ଛାଡିଛନ୍ତି। ଅବଧ ଚୌଧୁରୀଙ୍କୁ ୧୨୫ ବନାମ ୧୧୨ ଭୋଟ୍‌ରେ ବାଚସ୍ପତି ପଦରୁ ହଟାଇ ଦିଆଯାଇଛି। ତାଙ୍କ ପରେ ବିଧାନସଭାର ଉପ ବାଚସ୍ପତି ମହେଶ୍ୱର ହଜାରୀ ଗୃହର ପ୍ରକ୍ରିୟା ପରିଚାଳନା କରିଛନ୍ତି।

ସେପଟେ ବିହାର ବିଧାନସଭାରେ ଆସ୍ଥା ଭୋଟ୍‌ ପୂର୍ବରୁ ଆର୍‌ଜେଡିକୁ ଲାଗିଛି ବଡ଼ ଝଟ୍‌କା। ଗାଏବ୍‌ ଥିବା ତିନି ବିଧାୟକ ଏନ୍‌ଡିଏ କ୍ୟାମ୍ପରେ ଯୋଗ ଦେଇଛନ୍ତି। ଏହାକୁ ନେଇ ରାଗି ଯାଇଛନ୍ତି ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଆରଜେଡି ବିଧାୟକମାନେ ପାର୍ଶ୍ୱ ପରିବର୍ତ୍ତନ କରିବା ପରେ ତେଜସ୍ୱୀ ଯାଦବ ଉପ-ବାଚସ୍ପତିଙ୍କ ସହ ମୁହାଁମୁହିଁ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+