ଲାଲୁଙ୍କ ଫୋନ୍ ଉଠାଇଲେ ନାହିଁ ନିତୀଶ, ଖୁବଶୀଘ୍ର ବିଜେପି ସହ ସରକାର ଗଢ଼ିପାରେ ଜେଡିୟୁ
Bihar Politics: ପୁଣିଥରେ ବିହାରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । କଳ୍ପନା ଜଳ୍ପନା ଲାଗି ରହିଛି ଯେ, ବିରୋଧୀଙ୍କ ମହାମେଣ୍ଟ ଭାଙ୍ଗିବା ପାଇଁ ଯାଉଛି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣି ବିଜେପି ସହ ହାତ ମିଶାଇବା ପାଇଁ ଯାଉଛନ୍ତି । ତେବେ ଖବର ରହିଛି ଯେ, ନୀତୀଶ କୁମାର ଆରଜେଡି ସହ ସମ୍ପର୍କ ଭାଙ୍ଗିବା ସହ ବିଜେପି ସହ ସରକାର ଗଠନ କରିବା ଚର୍ଚ୍ଚା ମଧ୍ୟରେ ଲାଲୁ ପ୍ରସାଦ ଯାଦବ ପାଞ୍ଚଥର ସିଏମ ନୀତୀଶଙ୍କୁ ଫୋନ୍ କଲ୍ କରିଥିଲେ ହେଲେ ସିଏମ ନିତୀଶ କୁମାର ତାଙ୍କ ଫୋନର ଉତ୍ତରେ ଦେଇ ନଥିଲେ ।

କେବଳ ଏତିକି ନୁହେଁ, ଲାଲୁ ପ୍ରସାଦ ସିଏମ ନୀତୀଶଙ୍କ ଲ୍ୟାଣ୍ଡଲାଇନକୁ ମଧ୍ୟ କଲ୍ କରିଥିଲେ, ହେଲେ ସିଏମ ନୀତିଶ ଲାଲୁଙ୍କ ସହ କଥା ହେବାକୁ ମନା କରିଦେଇଥିଲେ। ଜାନୁଆରୀ 28ରେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋରି ଚର୍ଚ୍ଚା ହେଉଛି । ସେହିପରି ବିଜେପି ନେତା ସୁଶୀଲ କୁମାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ତେବେ ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ, ବରିଷ୍ଠ ନେତା ସୁଶୀଲ ମୋଦି ଏବଂ ବିଜୟ କୁମାର ସିହ୍ନା ଏବଂ ଅମିତ ଶାହାଙ୍କ ସମେତ ଦଳର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଦିଲ୍ଲୀରେ ଏକ ବୈଠକ ପରେ ଜାନୁଆରୀ 28 ରେ ବିହାର ରାଜନୈତିରେ ଏକ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ରହିଛି ।












Click it and Unblock the Notifications