ଓଲଟିଲା ପୋଲିସ୍ ଭ୍ୟାନ୍‌, ୨୯ ଆହତ, ୧୦ ଗୁରୁତର

ପୋଲିସ ଭ୍ୟାନ ହେଲା ଦୁର୍ଘଟଣା । ଉତ୍ତର ପ୍ରଦେଶର ବଲିଆରେ ମଙ୍ଗଳବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ବିହାର ସ୍ପେଶାଲ ଆର୍ମସ୍ ପୋଲିସ ଯବାନଙ୍କର ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ବସଟି ରାସ୍ତାପାର୍ଶ୍ୱ ଖାଇକୁ ଓଲଟି ପଡ଼ିବାରୁ ବିହାର ପୋଲିସର ୨୯ ଜଣ ଯବାନ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୧୦ ଯବାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ସୁଚନାନୁସାରେ ,ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟାରେ ଏନଏଚ୍ ୩୧ରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ଅନିୟନ୍ତ୍ରିତ ହୋଇ ରାସ୍ତାପାର୍ଶ୍ୱ ଖାଇକୁ ଓଲଟି ପଡ଼ିଥିଲା । ବସରେ ଥିବା ଯବାନମାନେ ରୋହତାସରୁ ସିୱାନ ଡ୍ୟୁଟି ପାଇଁ ଯାଉଥିଲେ ।

bihar police bus accident in ballia uttarpradesh

ଦୀପାବଳି ଏବଂ ଛଠ୍ ପର୍ବରେ ସୁରକ୍ଷା ବ୍ୟବସ୍ଥା ପାଇଁ ଯବାନମାନେ ଏକ ଘରୋଇ ବସରେ ରୋହତାସର ଡେହରୀ ଅନ୍ ସୋନରୁ ସିୱାନ ଯାଉଥିଲେ । ଖବର ପାଇ ବଲିଆ ପୋଲିସ ପହଞ୍ଚି ଆହତ ୨୯ ଯବାନଙ୍କୁ ସୋନବରସା ଡାକ୍ତରଖାନା ନେଇଥିଲା । ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ୧୦ ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+