ଯେଉଁଦିନ କୋର୍ଟରେ କରିଥାନ୍ତେ ଆତ୍ମସମର୍ପଣ, ସେହିଦିନ ଆଇନ ମନ୍ତ୍ରୀ ଭାବେ ନେଲେ ଶପଥ
ବିହାରରେ ଆଇନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କାର୍ତ୍ତିକେୟ ସିଂଙ୍କୁ ନେଇ ଏକ ବଡ ବିବାଦ ଏବେ ସାମ୍ନାକୁ ଆସିଛି ।
ପାଟନା: ବିହାରରେ ନୀତିଶ ସରକାରଙ୍କ କ୍ୟାବିନେଟ ବିସ୍ତାର ହୋଇଛି । କିନ୍ତୁ ଏହି ସମ୍ପ୍ରସାରଣ ପରେ ନୀତିଶ-ତେଜସ୍ୱୀ ସରକାର ଏକ ନୂଆ ଅସୁବିଧାରେ ପଡ଼ିଛନ୍ତି । ବିହାରରେ ଆଇନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କାର୍ତ୍ତିକେୟ ସିଂଙ୍କୁ ନେଇ ଏକ ବଡ ବିବାଦ ଏବେ ସାମ୍ନାକୁ ଆସିଛି । 2014 ମସିହାରେ ପାଟନା ଜିଲ୍ଲାର ବିହାଟା ପୋଲିସ ଷ୍ଟେସନ ଅଞ୍ଚଳରେ ରାଜୁ ସିଂଙ୍କୁ ଅପହରଣ ମାମଲାରେ କାର୍ତ୍ତିକେୟ ସିଂ ଗତକାଲି କୋର୍ଟରେ ଆତ୍ମସମର୍ପଣ କରିବା ଥିବାବେଳେ ସେ ହାଜର ହୋଇନଥିଲେ ଏବଂ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରା ଯାଇଥିଲା। ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ବିଜେପି ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

2014 ରେ ରାଜୀବ ରଞ୍ଜନଙ୍କୁ ଅପହରଣ କରାଯାଇଥିଲା। ଏହା ପରେ କୋର୍ଟରେ ଏହି ମାମଲା ବିଚାରଧୀନ ଥିଲା । ବିହାରର ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂ ମଧ୍ୟ ରାଜୀବ ରଞ୍ଜନଙ୍କ ଅପହରଣ ମାମଲାରେ ଜଣେ ଅଭିଯୁକ୍ତ, ଯାହାଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି । କାର୍ତ୍ତିକେୟ ସିଂ କୋର୍ଟରେ ଆତ୍ମସମର୍ପଣ କରିନାହାଁନ୍ତି କିମ୍ବା ଜାମିନ ଆବେଦନ କରିନାହାଁନ୍ତି ।
ଯେତେବେଳେ ତାଙ୍କୁ କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା, ସେତେବେଳେ ସେ ଶପଥ ନେଉଥିଲେ । ଗତକାଲି ଅର୍ଥାତ୍ ଅଗଷ୍ଟ 16 ରେ କାର୍ତ୍ତିକେୟ ସିଂ କୋର୍ଟରେ ହାଜର ହେବାର ଥିଲା । କିନ୍ତୁ ସେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଥିଲେ ।
ଏବେ ବିଜେପି ଏହି ପ୍ରସଙ୍ଗରେ ନୂଆ ସରକାର ବିରୋଧରେ ଆକ୍ରମଣାତ୍ମକ ହୋଇପଡ଼ିଛି । ବିଜେପି ପକ୍ଷରୁ ଏହା କୁହାଯାଇଛି ଯେ, ବିହାରରେ ନୂଆ ସରକାର ଅର୍ଥ ଜଙ୍ଗଲ ରାଜ । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଅଭିଯୋଗ କରିଛନ୍ତି ଯେ, ନୀତିଶ କୁମାର ବିହାରରେ ଭୟଙ୍କର ଦିନକୁ ଫେରି ଆସିବା ନିଶ୍ଚିତ କରିଛନ୍ତି । ଯେଉଁ ମାନଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ସେହିମାନଙ୍କୁ ନୀତିଶ ମନ୍ତ୍ରୀ କରିଛନ୍ତି ।
ଉଲ୍ଲେଖଥାଉ କି, ରାଜ୍ୟରେ ନିତୀଶ କ୍ୟାବିନେଟ ମଙ୍ଗଳବାର ଦିନ ସମ୍ପ୍ରସାରିତ ହୋଇଥିଲା । ଯେଉଁଥିରେ 31 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଆରଜେଡି ଏଥିରେ ଏକ ପ୍ରମୁଖ ଅଂଶ ପାଇଥିଲା । ବିହାର ବିଧାନସଭାରେ ସର୍ବବୃହତ ଦଳର ଆରଜେଡିର 16 ଜଣ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁରୁ 11 ଜଣ, କଂଗ୍ରେସରୁ ଦୁଇଜଣ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମୌଜୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ଜଣେ ସ୍ୱାଧୀନ ବିଧାୟକ ଶପଥ ଗ୍ରହଣ କରିଥିଲେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications