ଶ୍ରାବଣ ମାସ ସୋମବାରରେ ଅଘଟଣ: ଶିବ ମନ୍ଦିରରେ ଦଳାଚକଟାରେ ଚାଲିଗଲା ୭ ଜୀବନ, ୯ ଗୁରୁତର ଆହତ

Bihar Jehanabad News: ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର । ବିହାରର ଜେହନାବାଦ ଜିଲ୍ଲାର ଏକ ସିଦ୍ଧେଶ୍ୱର ମନ୍ଦିରରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଶ୍ରାବଣ ମାସ ସୋମବାର ପାଇଁ ମହାଦେବଙ୍ଗୁ ଜଳଲାଗି କରିବା ପାଇଁ ଭକ୍ତଙ୍କର ନାହିଁ ନଥିବା ଭିଡ଼ ଦେଖିବା ପାଇଁ ମିଳିଥିଲା । ଅତ୍ୟଧିକ ଭିଡ଼ ପାଇଁ ମନ୍ଦିରରେ ଦଳାଚକଚା ହୋଇ ୭ ଜଣଙ୍କ ମୃତ୍ୟୁ ଘଟିଛି । ମୃତଙ୍କ ମଧ୍ୟରେ ଉଭୟ ମହିଳା ଓ ପୁରୁଷ ରହିଛନ୍ତି । ସେହିପରି ୯ ଜଣ ଗୁରୁତର ଆହତ ହୋଇଛନ୍ତି ।

Bihar Jehanabad

ସୂଚନା ଅନୁସାରେ, ଶ୍ରାବଣ ମାସ ସୋମବାର ପାଇଁ ଆଜି ହଜାର ହଜାର ଭକ୍ତ ସିଦ୍ଧେଶ୍ୱର ମନ୍ଦିରରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ପହଞ୍ଚିଥିଲେ । ଭକ୍ତଙ୍କର ଲମ୍ବା ଲାଇନ୍ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଉକ୍ତ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପୋସିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ହେଲେ ହଠାତ୍ ମନ୍ଦିର ରାସ୍ତାରେ ଦୌଡ଼ା ଦୌଡ଼ି ଆରମ୍ଭ ହୋଇଯାଇଥିଲା । ଫଳରେ ଅନେକ ଭକ୍ତ ତଳେ ପଡିଯାଇଥିଲେ ଏବଂ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି ।

ଏହି ଅଘଟଣ ପରେ ଘଟଣାସ୍ଥଳରେ ତୁରନ୍ତ ଜିଲ୍ଲାପାଳ ଓ ଏସପି ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ମୃତ ଦେହ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+