ଦେଶରେ ପ୍ରଥମ: ବିହାର ସରକାର ଜାରି କଲେ ଜାତି ଭିତ୍ତିକ ଜନଗଣନା ରିପୋର୍ଟ
ପାଟନା: ହାର ସରକାର ଜାରି କଲେ ଜାତି ଭିତ୍ତିକ ଜନଗଣନା ରିପୋର୍ଟ । ସୋମବାର ଅର୍ଥାତ୍ ଆଜି ଏହି ରିପୋର୍ଟ ପ୍ରକାଶ ପାଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଜାତି ଭିତ୍ତିକ ସର୍ଭେ ରିପୋର୍ଟ ଜାରି କରିଛନ୍ତି ।
ରିପୋର୍ଟରେ କୁହାଯାଇଛି ଯେ, ବିହାରର ମୋଟ ଜନସଂଖ୍ୟା ୧୩ କୋଟିରୁ ଅଧିକ । ସେଥିମଧ୍ୟରୁ ରାଜ୍ୟରେ ୩୬% ଲୋକ ହେଉଛନ୍ତି ଅତ୍ୟନ୍ତ ପଛୁଆ ବର୍ଗର। ସେହିପରି ୨୭.୧% ଲୋକ ପଛୁଆ ବର୍ଗର ହୋଇଥିବା ବେଳେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ସଂଖ୍ୟା ୧୯.୭% ଓ ରାଜ୍ୟରେ କେବଳ ୧.୭% ଅନୁସୂଚିତ ଜନଜାତି ବର୍ଗର ଲୋକ ରହୁଛନ୍ତି । ରାଜ୍ୟରେ ସାଧାରଣ ବର୍ଗର ଲୋକଙ୍କ ସଂଖ୍ୟା କେବଳ ୧୫.୫% ।

ସର୍ଭେ ରିପୋର୍ଟରେ ଆହୁରି କୁହାଯାଇଛି ଯେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆସୁଥିବା ଯାଦବ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ସବୁଠାରୁ ଅଧିକ । ସମସ୍ତ ଅତ୍ୟନ୍ତ ପଛୁଆ ଓ ପଛୁଆ ବର୍ଗର ଲୋକଙ୍କ ମଧ୍ୟରୁ ଯାଦବ ସଂପ୍ରଦାୟର ସଂଖ୍ୟା ୧୪.୨୭% । ଏହାର ଅର୍ଥ ଓବିସି ବର୍ଗର ସଂରକ୍ଷଣ ବ୍ୟବସ୍ଥାକୁ ବୃଦ୍ଧି କରିବା ପାଇଁ ଆଗକୁ ଦାବି ତେଜି ପାରେ । ଏବେ ସମସ୍ତ ଓବିସି ସଂପ୍ରଦାୟର ଲୋକଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । ଏବେ ରାଜ୍ୟରେ ସେମାନଙ୍କ ସଂଖ୍ୟା ୬୩.୧% ରହିଛି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିବେକ ସିଂ କହିଛନ୍ତି ଯେ ଜୁନ ୧, ୨୦୨୨ରେ ସର୍ବଦଳୀୟ ବୈଠକରେ ବିହାରରେ ଜାତି ଭିତ୍ତିକ ଜନଗଣନା କରିବା ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହା ପରେ, ରାଜ୍ୟ ମନ୍ତ୍ରୀ ପରିଷଦ ଦ୍ୱାରା ଜୁନ ୨, ୨୦୨୨ରେ ଦିଆଯାଇଥିବା ନିଷ୍ପତ୍ତି ଆଧାରରେ ଫେବୃୟାରୀ ୨୦୨୩ସୁଦ୍ଧା ରାଜ୍ୟରେ ଜାତି ଭିତ୍ତିକ ଜନଗଣନା ଦୁଇ ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।












Click it and Unblock the Notifications