ଟିକା ନେଇଥିବା ଲୋକ ମାଗଣାରେ କାଟିବେ କେଶ

ବିହାରର ଦାରବଙ୍ଗା ସହରର ବାଇଟାରେ ଅବସ୍ଥିତ ଏକ ସେଲୁନ। ଏହି ସେଲୁନର ମାଲିକ ହେଉଛନ୍ତି ଶମ୍ଭୁ କୁମାର ଠାକୁର। ଯେଉଁମାନେ କୋଭିଡ୍ ଟିକା ନେଇଛନ୍ତି ସେମାନଙ୍କୁ ମାଗଣା କେଶ କଟାଯାଉଛି।

ବିହାର: ଆପଣ ଯଦି ଟିକା ନେଇଛନ୍ତି ତେବେ ସାର୍ଟିଫିକେଟ୍ ଦେଖାଇ ମାଗଣାରେ କଟାଇପାରିବେ କେଶ। ବିହାରର ଦାରବଙ୍ଗା ସହରର ବାଇଟାରେ ଅବସ୍ଥିତ ଏକ ସେଲୁନ। ଏହି ସେଲୁନର ମାଲିକ ହେଉଛନ୍ତି ଶମ୍ଭୁ କୁମାର ଠାକୁର। ଯେଉଁମାନେ କୋଭିଡ୍ ଟିକା ନେଇଛନ୍ତି ସେମାନଙ୍କୁ ମାଗଣା କେଶ କଟାଯାଉଛି। ଜିଲ୍ଲାରେ ଟୀକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ମାଗଣା ସେବା ଯୋଗାଉଛନ୍ତି ବୋଲି କହିଛନ୍ତି ସେଲୁନର ମାଲିକ ଶମ୍ଭୁ କୁମାର ଠାକୁର।

Haircut

ମାଗଣା ସେବା ଚାହୁଁଥିବା ବ୍ୟକ୍ତିମାନେ ଟୀକାକରଣ ସାର୍ଟିଫିକେଟ୍ କିମ୍ବା ଟିକା ନେବାବେଳେ ସେଲଫି ଦେଖାଇଲେ ମାଗଣା କେଶ କଟାଇପାରିବେ। "ଟୀକାକରଣ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ ଲୋକଙ୍କୁ ନିଜ ଦକ୍ଷତା ଅନୁଯାୟୀ ଶିକ୍ଷା ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛୁ ବୋଲି ଠାକୁର କହିଛନ୍ତି।

ତେବେ ଏପର୍ଯ୍ୟନ୍ତ ୨୦୦ ରୁ ଅଧିକ ଗ୍ରାହକଙ୍କୁ ମାଗଣା ସେବା ଯୋଗାଇଛୁ। ସେଲୁନ୍ ବାହାରେ ଆମର ଅଫର୍ ଦର୍ଶାଇ ଆମେ ଏକ ବୋର୍ଡ ମଧ୍ୟ ରଖିଛୁ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ, ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଲାଗିରହିଛି। ଏହାକୁ ରୋକିବାକୁ ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+