ଆଜି ନୀତିଶଙ୍କ ଫ୍ଲୋର ଟେଷ୍ଟ, ଅନେକ ବିଧାୟକ ହେଲେ ଗାଏବ୍
Bihar: ଆଜି ନୀତିଶଙ୍କ ଫ୍ଲୋର ଟେଷ୍ଟ । ଯାହା ପରେ ସ୍ପଷ୍ଟ ହେବ ଯେ, ନୀତୀଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ପଦ ରହିବ ନା ଯିବ । ହେଲେ ଫ୍ଲୋର ଟେଷ୍ଟ ପୂର୍ବରୁ ଅନେକ ବିଧାୟକ ଗାୟବ ହୋଇଯାଇଥିବା ନେଇ ସୂଚନା ରହିଛି । ଆରଜେଡିର ୨ ଜଣ ବିଧାୟକ ହରିଶଙ୍କର ଯାଦବ ଏବଂ ନୀଲମ ଦେବୀ ବିଧାନସଭା ପହଞ୍ଚି ନାହାନ୍ତି ଏପରିକି ତାଙ୍କ ସହ କୌଣସି ସମ୍ପର୍କ ମଧ୍ୟ ହୋଇପାରୁ ନାହିଁ । ଯାହା ପରେ ବଢିବାରେ ଲାଗିଛି ଚିନ୍ତା ।
ସେହିପରି ଜେଡିୟୁର କିଛି ବିଧାୟକଙ୍କର ମଧ୍ୟ କୌଣସି ଖବର ନାହିଁ । ଏପରିକି ସମସ୍ତଙ୍କ ଫୋନ୍ ସୁଇଚ୍ ଅଫ୍ ଅଛି ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ଯେ, ନୀତୀଶ କୁମାରଙ୍କର ୬ ଜଣ ବିଧାୟକଙ୍କ ସହ ବର୍ତ୍ତମାନ ସମ୍ପର୍କ ହୋଇପାରୁ ନାହିଁ । ହେଲେ ୩ ଜଣ ବିଧାୟକ ଫ୍ଲୋର ଟେଷ୍ଟ ବେଳେ ଉପସ୍ଥିତ ରହିବେ ବୋଲି ଜେଡିୟୁ ପକ୍ଷରୁ ଦାବି କରାଯାଉଛି । ତେବେ ନୀତୀଶ କୁମାର ସରକାର ଗଠନ କରିବା ପାଇଁ ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଇଥିଲେ । ହେଲେ ଏବେ ଏନଡିଏ କହିଛି ଯେ, ତାଙ୍କ ପାଖରେ ୧୨୭ ଜଣ ବିଧାୟକଙ୍କ ସମର୍ଥନ ରହିଛି ।

ଅନ୍ୟପକ୍ଷରେ କଂଗ୍ରେସ ନିଜ ବିଧାୟକଙ୍କ ମଧ୍ୟରେ ବିଭାଜନ ଏଡ଼ାଇବା ପାଇଁ ସତର୍କତା ପଦକ୍ଷେପ ସ୍ୱରୂପ 16 ଜଣ ବିଧାୟକଙ୍କୁ ହାଇଦ୍ରାବାଦ ପଠାଇଥିଲା । ସେମାନେ ଫେରିବା ପରେ ବି ସେମାନଙ୍କ ଉପରେ ଅହରହ ନଜର ରଖାଯାଉଛି । ଆର୍ଜେଡି ଏବଂ ବାମଦଳ ବିଧାୟକମାନଙ୍କୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବାସଭବନରେ ରଖାଯାଇଥିବା ବେଳେ ବିଜେପି ବିଧାୟକମାନଙ୍କୁ ମଧ୍ୟ ଏକଜୁଟ ରଖିବା ପାଇଁ ଦଳ ବ୍ୟବସ୍ଥା କରିଛି । ତେଜସ୍ୱୀଙ୍କ ଘରେ ଦଳର 78 ବିଧାୟକ ଉପସ୍ଥିତ ଅଛନ୍ତି । ବିଜେପି ପ୍ରଶିକ୍ଷଣ ଶିବିର ବାହାନାରେ ନିଜ ବିଧାୟକମାନଙ୍କୁ ଗୟା ପଠାଇଥିଲା ଏବଂ ସେମାନେ ଆଜି ସନ୍ଧ୍ୟାରେ ପାଟନା ଫେରିଛନ୍ତି । 243 ସଦସ୍ୟ ବିଶିଷ୍ଟ ବିଧାନସଭାରେ ନୀତୀଶଙ୍କୁ 122 ବିଧାୟକଙ୍କ ସମର୍ଥନ ଆବଶ୍ୟକ ।
ସୂଚନାଥାଉ ଯେ, ଜାନୁଆରୀ 28ରେ ନୀତିଶ ମହାମେଣ୍ଟ ସରକାର ଭାଙ୍ଗି ନୂଆ ସରକାର ଗଠନ କରିବା ପରେ ବିହାରରେ ଆଜି ରେ ଫ୍ଲୋର ଟେଷ୍ଟ ହେବାକୁ ଯାଉଛି । କ୍ଷମତା ପରିବର୍ତ୍ତନ କରିଥିବା ନୀତିଶ ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବେ ।












Click it and Unblock the Notifications