ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ । ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ । ବୁଧବାର (ଜାନୁଆରୀ ୨୪) କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ସରକାର ଏହି ଘୋଷଣା କରିଛନ୍ତି । ଶ୍ରୀ ଠାକୁରଙ୍କୁ ଭାରତ ରତ୍ନ ପୁରସ୍କାର ଦେବାକୁ ଦୀଘର୍ଦିନ ହେଲା ଦାବି ହୋଇ ଆସୁଥିଲା ଓ ମଙ୍ଗଳବାର (ଜାନୁଆରୀ ୨୩) ଜେଡିୟୁ ନେତା କେସି ତ୍ୟାଗୀ ଠାକୁରଙ୍କୁ ଭାରତ ରତ୍ନ ଦେବା ସହି ତାଙ୍କ ନାେଁର ବିଶ୍ୱବିଦ୍ୟାଳୟ ଖୋଲିବାକୁ ଦାବି କରିଥିଲେ ।

 karpoori thakur,

ଆସନ୍ତା କାଲି ଅର୍ଥାତ୍ ଜାନୁଆରୀ ୨୪ ତାରିଖ ବୁଧବାର ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନ ନେତା କର୍ପୁରୀ ଠାକୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ । ସାଧାରଣତଃ ଗଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଏବଂ ବେଳେବେଳେ ଭାରତ ରତ୍ନ ଘୋଷଣା କରନ୍ତି । ଗଣତନ୍ତ୍ର ଦିବସର ଦୁଇ ଦିନ ପୂର୍ବରୁ ସରକାର ଏଥର ଭାରତ ରତ୍ନ ଘୋଷଣା କରିଛନ୍ତି ।

୨୪ ଜାନୁଆରୀ ହେଉଛି କର୍ପୂରୀ ଠାକୁରଙ୍କ ଜନ୍ମ ବାର୍ଷିକୀ । ଏହାର ପୂର୍ବ ଦିନ ତାଙ୍କୁ ମରୋଣପରାନ୍ତ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରାଯାଇଛି ।

କର୍ପୁରୀଙ୍କ ଜୟନ୍ତୀ ପାଳନ କରିବାକୁ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ସମସ୍ତ ଦଳ ମଧ୍ୟରେ ଏକ ପ୍ରତିଯୋଗିତା ରହିଛି । ବିହାରରେ ଆରଜେଡି, ଜେଡିୟୁ କିମ୍ବା ବିଜେପି ସମସ୍ତ ଦଳ କର୍ପୁରୀ ଠାକୁରଙ୍କ ଆଦର୍ଶ କଥା ପ୍ରଚାର କରୀଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+