Get Updates
Get notified of breaking news, exclusive insights, and must-see stories!

ନିଟ୍‌ ଅନିୟମିତତା ମାମଲା: ଆକ୍ସନ ମୋଡରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ

NEET Paper Leak: ନିଟ୍‌ ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଆକ୍ସନ ମୋଡରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ବିହାର Export Oriented Units ଏଡିଜି Nayyar Hasnain Khanଙ୍କୁ ଦିଲ୍ଲୀ ଡାକରା । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଗୃହ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହସେନ ଖାନଙ୍କୁ ଡକାଯାଇଥିବା ନେଇ ସୂଚନା ରହଛି ।

ସେହିପରି ପାଟନାରୁ ପ୍ରଶ୍ନପତ୍ର ଲିକ'ର ମାଷ୍ଟରମାଇଣ୍ଡ ଅମିତ ଆନନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଛି, ପରୀକ୍ଷା ପୂର୍ବ ଦିନ ପ୍ରଶ୍ନ ଲିକ୍ ହୋଇଥିବା ସେ ସ୍ୱୀକାର କରିଛନ୍ତି । ତେବେ ପେପର୍ ଲିକ୍ ବଦଳରେ ଛାତ୍ରଛାତ୍ରୀଙ୍କ ଠାରୁ 30-32 ଲକ୍ଷ ଟଙ୍କା ମଧ୍ୟ ନିଆଯାଇଥିଲା।

NEET Paper Leak

ସୂଚନା ଅନୁସାରେ, ବିହାର EOU ଏପର୍ଯ୍ୟନ୍ତ NEET ପ୍ରଶ୍ନପତ୍ର ଲିକ୍ ମାମଲାରେ 60ରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଛି, ଏଥିସହ 13 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଛାତ୍ରମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଗିରଫ ହୋଇଥିବା ଅମିତ ଆନନ୍ଦ ତାଙ୍କ ସ୍ୱୀକାରୋକ୍ତିରେ କହିଛନ୍ତି ଯେ ସେ ପୂର୍ବରୁ ପ୍ରଶ୍ନ ପତ୍ର କରିସାରିଛନ୍ତି, ସେ କହିଛନ୍ତି ଯେ ସିକନ୍ଦର ନାମକ ଜଣେ ଜୁନିଅର ଇଞ୍ଜିନିୟର ତାଙ୍କ ନିକଟକୁ ଚାରି ଜଣ ପରୀକ୍ଷାପ୍ରାର୍ଥୀଙ୍କୁ ପଠାଇଥିଲେ, ଯେଉଁମାନଙ୍କୁ ପରୀକ୍ଷା ପୂର୍ବ ରାତିରେ ପ୍ରଶ୍ନ-ଉତ୍ତର ଘୋଷାଯାଇଥିଲା । ଯେଉଁମାନଙ୍କୁ ପୋଲିସ ବର୍ତ୍ତମାନ ଗିରଫ କରିଛି ।


ପିଟିଆଇ ରିପୋର୍ଟ ଅନୁସାରେ, ଶିକ୍ଷା ମନ୍ତ୍ରଣାଳୟ ବୁଧବାର (ଜୁନ୍ 19) ପାଟନାରେ NEET ପରୀକ୍ଷା ସମୟରେ ଅନିୟମିତତା ମାମଲାକୁ ନେଇ ବିହାର ପୋଲିସକୁ ରିପୋର୍ଟ ମାଗିଛି । ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାଟନାରେ ପରୀକ୍ଷା ସମୟରେ ଅନିୟମିତତା ସମ୍ପର୍କରେ EOUରୁ ଏକ ରିପୋର୍ଟ ମଗାଯାଇଛି। ରିପୋର୍ଟ ପାଇବା ପରେ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବା ନେଇ ସୂଚନା ରହିଛି । ପରୀକ୍ଷାରେ ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷା ଦେବା ପାଇଁ ସରକାର ପ୍ରତିବଦ୍ଧ।

ମେ 5'ତାରିଖରେ ଦେଶ ତଥା ବିଦେଶର 4,750 କେନ୍ଦ୍ରରେ NEET ପରୀକ୍ଷା କରାଯାଇଥିଲା । ପ୍ରାୟ 24 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ଫଳାଫଳ ଜୁନ୍ 14 ରେ ଘୋଷଣା କରାଯିବାର ଥିଲା ହେଲେ ଜୁନ୍ 4 ତାରିଖରେ ଫଳାଫଳ ଘୋଷଣା କରାଯାଇଥିଲା । ତେବେ ପରୀକ୍ଷା ରେଜଲ୍ଟ ଆସିବା ପରେ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଥିଲା । ଯାହା ପରେ ଭିନ୍ନ ଭିନ୍ନ ସହରରେ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛତ୍ରୀ । ଏପରିକି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+