ବିହାର ନିର୍ବାଚନ: ଜିତିଲେ ତେଜସ୍ୱୀ ଯାଦବ

ବିହାର ବିଧାନସଭା ନିର୍ବାଚନରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ହ୍ୟାଟ୍ରିକ। ସେ କ୍ରମାଗତ ତୃତୀୟ ଥର ପାଇଁ ପାରମ୍ପରିକ ରାଘୋପୁର ଆସନରୁ ବିଜୟ ହୋଇଛନ୍ତି। ୨୦୧୫ ଓ ୨୦୨୦ ତୁଳନାରେ କିନ୍ତୁ ଏଥର ତେଜସ୍ୱୀଙ୍କୁ ଏହି ଆସନରେ ବେଶ ସଂଘର୍ଷ କରି ଜିତିବାକୁ ପଡ଼ିଛି। ସ୍ଥିତି ଏପରି ହୋଇଥିଲା ଯେ ତେଜସ୍ୱୀ ଏକଦା ୧୦ ହଜାର ଭୋଟ ପଛରେ ରହିଥିଲେ।

କିନ୍ତୁ ୧୯ ରାଉଣ୍ତ ଗଣତି ପରେ ସେ(Tejashwi Yadav) ପୁଣି ଲିଡ୍‌କୁ ଫେରିଥିଲେ। ଶେଷରେ ୩୦ ରାଉଣ୍ଡ ଭୋଟ ଗଣତି ପରେ ନିର୍ବାଚନ କମିଶନ ତେଜସ୍ୱୀ ଯାଦବଙ୍କୁ ରାଘୋପୁର ଆସନରୁ ବିଜୟୀ ଘୋଷଣା କରିଛନ୍ତି।

tejashwi yadav

ଏଠାରେ ତେଜସ୍ୱୀଙ୍କୁ ୧,୧୬,୪୬୭ ଖଣ୍ଡ ଭୋଟ ମିଳିଛି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବିଜେପିର ସତୀଶ କୁମାର ୧୦୨୫୮୭ ଖଣ୍ଡ ଭୋଟ ପାଇଛନ୍ତି। ଅର୍ଥାତ ତେଜସ୍ୱୀ ଏଠାରେ ୧୩, ୮୮୦ ଖଣ୍ଡ ଭୋଟରେ ଜିତିଛନ୍ତି। ୨୦୨୦ ବିଜୟ ବ୍ୟବଧାନ ତୁଳନାରେ ଏହା ଯଥେଷ୍ଟ କମ। କାରଣ ୨୦୨୦ରେ ତେଜସ୍ୱୀ ଏଠାରୁ ୩୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+