Bihar Elections: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍, ୧୮ ଜିଲ୍ଲା ୧୨୧ ଆସନ ୧୩୧୪ ପ୍ରାର୍ଥୀ
ବିହାରର ୧୮ଟି ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି (ଗୁରୁବାର) ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୧୩୧୪ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀ ଏବଂ ବିଜୟ କୁମାର ସିହ୍ନାଙ୍କ ପରି ହେଭିୱେଟ୍ ନେତାଙ୍କ ଭାଗ୍ୟ ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣୟ ହେବ।
ମହୁଆରୁ ନିର୍ବାଚନ ଲଢ଼ୁଥିବା ତେଜସ୍ବୀଙ୍କ ବଡ଼ଭାଇ ତେଜପ୍ରତାପ ଯାଦବ ଏବଂ ରାଜ୍ୟ ଜେଡିୟୁ ସଭାପତି ଉମେଶ କୁଶୱାହାଙ୍କ ଭାଗ୍ୟ ମଧ୍ୟ କାଲି ନିର୍ଣ୍ଣୟ େହବ।
ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଉଭୟ ଏନ୍ଡିଏ ଏବଂ ଇଣ୍ଡି ମେଣ୍ଟର ଶୀର୍ଷ ନେତାମାନେ ହାଇ ଭୋଲ୍ଟେଜ ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାରରେ ମାରାଥନ୍ ପ୍ରଚାର କରିଛନ୍ତି।













Click it and Unblock the Notifications