ବିହାର ନିର୍ବାଚନ ; ମଇଦାନରେ ଅନେକ ସେଲିବ୍ରିଟିଙ୍କ ଭାଗ୍ୟ

ବିହାର ବିଧାନସଭା ନିର୍ବାଚନରେ ଏକାଧିକ ସେଲିବ୍ରିଟି ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି । ପ୍ରକୃତରେ କାହା ପ୍ରତି ଲୋକଙ୍କର କେତେ ସମର୍ଥନ ଅଛି ତାହା ଅପରାହ୍ନ ସୁଦ୍ଧା ଜଣାପଡ଼ିଯିବ । ବିହାର ଭୋଟ ଗଣନା ଆଜି ସକାଳୁ ଆରମ୍ଭ ହୋଇଯାଇଛି। ଏହା ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ ଯେ, ବିହାରର ଜନତା କାହା ମୁଣ୍ଡରେ ବିହାରର ମୁକୁଟ ପିନ୍ଧାଇବେ । ଏହି ନିର୍ବାଚନ ବହୁତ ସ୍ପେଶାଲ କାରଣ , ଏଥର ନିର୍ବାଚନ କେବଳ ରାଜନେତାଙ୍କ ପାଇଁ ନୁହେଁ ବରଂ ମନୋରଞ୍ଜନ ଶିଳ୍ପ ପାଇଁ ମଧ୍ୟ ସ୍ଵତନ୍ତ୍ର। ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ୍ ଯାଦବ, ସିଙ୍ଗର ରିତେଶ ପାଣ୍ଡେ ଓ ମୈଥିଲି ଠାକୁରଙ୍କ ଭଳି କଳକାରଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି।

Bihar Elections

ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ୍ ଯାଦବ ଏଥର ରାଜନୀତି ମୈଦାନକୁ ଓହ୍ଲାଇଥିବାରୁ ଛପରା ବିଧାନସଭା ସିଟ୍ ସବୁଠାରୁ ହଟ୍ ସିଟ୍ ବିନିଛି । RJD ଟିକେଟ୍ ନେଇ ଖେସାରୀ ଏହି ନିର୍ବାଚନ ପାଇଁ ଦମ୍ଦାର ପ୍ରଚାର କରିଥିଲେ । ତାଙ୍କ ରାଲିରେ ଏକାଠି ହୋଇଥିବା ଲୋକଙ୍କ ଭିଡ଼ ଦେଖି ଲାଗୁଥିଲା ଯେ ଏଥର ତାଙ୍କର ବିଜୟ ସୁନିଶ୍ଚିତ । ହେଲେ ପ୍ରକୃତରେ ତାଙ୍କ ଷ୍ଟାରଡମ୍ ତାଙ୍କ ଭାଗ୍ୟ ଦେଖିବାକୁ ସମସ୍ତଙ୍କ ଅପେକ୍ଷା ।ଭୋଜପୁରୀ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସିଙ୍ଗର ରିତେଶ ପାଣ୍ଡେ ବି ଏଥର ରାଜନୀତିରେ ଏଣ୍ଟ୍ରି ରଖିଛନ୍ତି । ପ୍ରଶାନ୍ତ କିଶୋରଙ୍କ ପାର୍ଟି ତାଙ୍କୁ ବିହାର କରଗହର ବିଧାନସଭା ନିର୍ବାଚନ ସିଟରୁ ପ୍ରାର୍ଥୀ କରିଛି । ପ୍ରଶାନ୍ତଙ୍କ ପାର୍ଟିକୁ ଭରସା ଅଛି ଯେ, ରିତେଶଙ୍କ ଲୋକପ୍ରିୟତା ଏବଂ ତାଙ୍କ ସହ ଲୋକଙ୍କ ଭଲପାଇବା ତାଙ୍କୁ ଜିତାଇପାରେ ।

ଲୋକପ୍ରିୟ ଗାୟିକା ମୈଥିଲି ଠାକୁରଙ୍କ ଉପରେ ବି ଏଥର ବିହାର ଜନତାଙ୍କ ନଜର ଅଛି । କାରଣ ଗୀତ ଗାଇ ସେ ଲୋକଙ୍କ ମନକୁ ଯେତିକି ଛୁଇଁଛନ୍ତି ନିର୍ବାଚନରେ ସେତିକି ଭୋଟ ପାଉଛନ୍ତି କି ନା ତା ବଡ଼ ପ୍ରଶ୍ନ। ବିଜେପି ପକ୍ଷରୁ ଟିକେଟ୍ ପାଇ ଦରଭଙ୍ଗା ଆସନରୁ ଆରଜେଡି ବିରୋଧରେ ଲଢ଼ୁଥିବା ମୈଥିଲିଙ୍କ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଆସି ସେଠାରେ ସଭା କରିଥିଲେ । ପରେ ଜୋରଦାର ପ୍ରଚାର ମଧ୍ୟ କରିଥିଲେ।

ଏହା ବ୍ୟତୀତ ଭାଗଲପୁର ସିଟରେ ବଲିଉଡ ଆକ୍ଟ୍ରେସ୍ ନେହା ଶର୍ମାଙ୍କ ବାପା ଅଜିତ ଶର୍ମା ଲଢ଼ୁଥିବାବେଳେ ବଲିଉଡର ଦିବଙ୍ଗତ ଆକ୍ଟର ସୁଶାନ୍ତ ସିଂଙ୍କ ଭଉଣୀ ଦିବ୍ୟା ଗୌତମ ବି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପଟନା ଦୀଘା ସିଟରୁ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ଏମାନେ ସମସ୍ତେ ଭୋଟ ଆଗରୁ ଖୁବ୍ ପ୍ରଚାର କରିଛନ୍ତି । ତେଣୁ ଏଥର ମନୋରଞ୍ଜନ ଦୁନିଆରେ ରାଜନୀତି କେତେ ଜମୁଛି ତାହା ଦେଖିବାକୁ ବାକି ରହିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+