'ବିହାର ନିର୍ବାଚନ ହେଉଛି ବିକାଶ ଓ ଜଙ୍ଗଲରାଜ ମଧ୍ୟରେ ଲଢେଇ'
ବିହାର ବିଧାନସଭା ନିର୍ବାଚନ ପାଇଁ ଶାସକ ଏନଡିଏ ଓ ବିରୋଧୀ ମହାମେଣ୍ଟ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ବିଜେପି ନେତା ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଗୋପାଳଗଞ୍ଜରେ ନିର୍ବାଚନ ପ୍ରଚାର ବେଳେ କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ହେଉଛି ବିକାଶ ଓ ଜଙ୍ଗଲରାଜ ମଧ୍ୟରେ ଲଢେଇ।

ଏହି ନିର୍ବାଚନ ବିହାରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ନିର୍ବାଚନରେ ଆରଜେଡି ଯଦି କ୍ଷମତାକୁ ଆସେ ତେବେ ବିହାରରେ ଜଙ୍ଗଲରାଜ ଫେରିବ। ଆଉ ଯଦି ଏନଡିଏ କ୍ଷମତା ବଜାୟ ରଖେ ତେବେ ବିହାରରେ ବିକାଶମୂଳକ କାମ ଆହୁରି ଆଗକୁ ବଢିବ। ବିହାର ଦେଶର ଏକ ନମ୍ବର ରାଜ୍ୟ ହେବ। ଶାହା ଗୋପାଳଗଞ୍ଜ ରାଲିକୁ ଆଭାସି ମାଧ୍ୟମରେ ସମ୍ବୋଧନ କରିଥିଲେ। ଖରାପ ପାଗ ଯୋଗୁଁ ସେ ରାଲିରେ ପହଞ୍ଚିପାରି ନଥିଲେ।












Click it and Unblock the Notifications