ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର; ଆସନ୍ତା ୧୯ରେ ବିଧାନସଭା ଭଙ୍ଗ କରିବା ନେଇ ଦେଲେ ସୂଚନା
ବିହାର ରାଜନୀତି: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ନୀତିଶ କୁମାର। ଆସନ୍ତା ୧୯ରେ ବିଧାନସଭା ଭଙ୍ଗ କରିବା ନେଇ ଦେଲେ ସୂଚନା।

ତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ ଏକ ବଡ଼ ବିଜୟ ହାସଲ କରିଛି। ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ନେଇ ମଧ୍ୟ ସ୍ଥିର ହୋଇ ସାରିଛି।
ପୂର୍ବରୁ ପାଟନାର ଜିଲ୍ଲା ମାଜିଷ୍ଟ୍ରେଟ ଶପଥ ଗ୍ରହଣ ଉତ୍ସବକୁ ଦୃଷ୍ଟିରେ ରଖି ପାଟନାର ଗାନ୍ଧୀ ମଇଦାନକୁ ଚାରି ଦିନ ପାଇଁ ଅର୍ଥାତ୍ ୧୭ ନଭେମ୍ବରରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଥିଲେ।
ଯାହାପରେ ୨୦ ନଭେମ୍ବର ଗୁରୁବାର ଦିନ ବିହାରରେ ନୂତନ ସରକାର ଗଠିତ ହେବାକୁ ଯାଉଥିବାର ସୂଚନା ମିଳିଛି।ପ୍ରଧାନମନ୍ତ୍ରୀ ମୋଦୀ, ବିଜେପି ଏବଂ ଏନଡିଏ ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ନେଇ ଯୋଜନା ରହିଛି।
ବିଜେପିର ୧୫ରୁ ୧୬ ନେତା ମନ୍ତ୍ରୀ!
ଖାସ୍ ସୂତ୍ରରୁ ଯେଉଁ ତଥ୍ୟ ଏବେ ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ୁଛି, ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରହିଲେ ବି, ମନ୍ତ୍ରୀମଣ୍ଡଳର ପ୍ରମୁଖ ବିଭାଗ କିନ୍ତୁ ବିଜେପି ହାତରେ ରହିବ । ୧୫ରୁ ୧୬ ଜଣ ବିଜେପିର ନେତା ମନ୍ତ୍ରୀ ଭାବେ ନୂଆ ସରକାରରେ ଶପଥ ନେଇପାରନ୍ତି । ସେହିପରି ଜେଡିୟୁର ୧୪ ଜଣ ନେତା ନୀତିଶଙ୍କ ନୂଆ ସରକାରରେ ମନ୍ତ୍ରୀ ଭାବେ ଶପଥ ନେବେ । ଆଉ ସେହି ଗଣିତ ଅନୁପାତରେ ଚିରାଗ ପାସଓ୍ୱାନଙ୍କ ଦଳକୁ ୩ଟି ମନ୍ତ୍ରୀପଦ ଆଉ ଜୀତନ ରାମ ମାଞ୍ଝୀ ଆଉ ଉପେନ୍ଦ୍ର କୁଶବାହାଙ୍କ ଦଳକୁ ଗୋଟିଏ ଲେଖାଏଁ ମନ୍ତ୍ରିପଦ ମିଳିପାରେ ।
ବିଜେପିର ରହିବେ ଦୁଇ ଉପ-ମୁଖ୍ୟମନ୍ତ୍ରୀ!
ବିହାରର ପୂର୍ବ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରହିଥିଲେ, ଆଉ ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ ବିଜେପିର ଦୁଇ ନେତା । ଆଉ ସେହି ଗଣିତରେ ଏବେ ବି ନୂଆ ସରକାରରେ ବିଜେପିର ଦୁଇ ନେତା ଉପ-ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଖାସ୍ କରି ସମ୍ରାଟ ଚୌଧୁରୀ ବିଜେପିର ଉପ-ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ପକ୍କା ବୋଲି ଜଣାପଡୁଛି । ଏହାସହ ଚିରାଗ ପାସଓ୍ୱାନଙ୍କ ଦଳକୁ ମଧ୍ୟ ଏଥରର ମନ୍ତ୍ରିମଣ୍ଡଳରେ ଭଲ ବିଭାଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।












Click it and Unblock the Notifications