ମହା ଗଠବନ୍ଧନର ହେଲା ଆସନ ବୁଝାମଣା ? ନୀତୀଶଙ୍କୁ ଭେଟିବା ପରେ ତେଜସ୍ୱୀ ଦେଲେ ଏଭଳି ଜବାବ୍‌

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ସହ ଦଶ ମିନିଟର ବୈଠକ ପରେ ରାଜନୀତି ତୀବ୍ର ହୋଇଛି । ସୋମବାର (ଜାନୁୟାରୀ ୧୫) ମକର ସଙ୍କ୍ରାନ୍ତୀରେ ରାବ୍ରି ଆୱାସ ର ଆଗ ଗେଟ୍ ବଦଳରେ ପଛ ଗେଟ୍ ଦେଇ ପ୍ରବେଶ କରିଥିଲେ ନିତିଶ । ରାବ୍ରି ଆୱାସରେ ସେ ଦଶ ମିନିଟ୍ ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଏହି ବୈଠକର ବିଷୟରେ ବିବୃତ୍ତି ଦେଇଛନ୍ତି ।

ତେଜସ୍ୱୀ ଯାଦବ କହିଛନ୍ତି ଯେ ମକର ସଂକ୍ରାନ୍ତିରେ ନୀତୀଶ କୁମାର ଆମ ଘରକୁ ଆସିଥିଲେ, କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସମସ୍ତ ମନ୍ତ୍ରୀ ମଧ୍ୟ ଆସିଥିଲେ, ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ମହା ଗଠବନ୍ଧନ ଇଣ୍ଡିଆ ଏକଜୁଟ୍ ରହିଛି । ନୀତୀଶ କୁମାର କାହାରି ଉପରେ ରାଗି ନାହାଁନ୍ତି । ଆମେ ପ୍ରତ୍ୟେକ ଥର ସମାନ ପ୍ରସଙ୍ଗରେ କାହିଁକି ଜବାବ ଦେବୁ ? ଏସବୁ ବେକାର ଆଲୋଚନା । ଯେବେଠାରୁ ଦେଶରେ ଇଣ୍ଡିଆ ଗଠବନ୍ଧନ ହୋଇଛି ସେବେଠାରୁ ବିଜେପି ବିଚଳିତ ରହିଛି । ଏହା ସହ ଲାଲୁ ଯାଦବ ଏବଂ ନୀତୀଶ କୁମାର ଏକାଠି ଥିବା ଦେଖି ବିଜେପି ଭୟଭୀତ ହୋଇ ରହିଛି ।

tejashwi yadav

ତେଜସ୍ୱୀ ଆହୁରି କହିଛନ୍ତି ଯେ ବିହାରର ମହା ଗଠବନ୍ଧନ ସରକାର ଶିକ୍ଷକମାନଙ୍କୁ ଚାକିରି ଦେଉଛନ୍ତି । ଜାତି ଜନଗଣନା କରାଯାଇଥିଲା । ସଂରକ୍ଷଣର ପରିସର ବୃଦ୍ଧି ପାଇଛି । ଚୁକ୍ତିରେ କାମ କରୁଥିବା ଲୋକଙ୍କ ଦରମା ମଧ୍ୟ ବୃଦ୍ଧି ପାଇଛି । ଏଭଳି କାର୍ଯ୍ୟ ରାଜ୍ୟରେ କ୍ରମାଗତ ଭାବେ ଚାଲିଛି, ସେଥିପାଇଁ ବିଜେପିରେ ଅଶାନ୍ତତା ଦେଖାଦେଇଛି । ଯେକେହି କିଛି ବି କୁହନ୍ତୁ , ମହାଗଠବନ୍ଧନ ଉପରେ କିଛି ବି ପ୍ରଭାବ ପଡ଼ିବ ନାହିଁ ।

କିଛି ସମ୍ବାଦିକ ତେଜସ୍ୱୀଙ୍କୁ ପଚାରିଥିଲେ ଯେ ନୀତୀଶ ସଂଯୋଜକ ପଦକୁ କାହିଁକି ପ୍ରତ୍ୟାଖ୍ୟାନ କଲେ? ଆଉ କେବେ ଆସନ ବୁଝାମଣା ହେବା ? ଏହା ଉପରେ ତେଜସ୍ୱୀ ଏକ ଅସ୍ପଷ୍ଟ ଉତ୍ତର ଦେଇ କହିଥିଲେ ଯେ ଆପଣମାନେ (ମିଡିଆ) ବିହାରରେ ସବୁକିଛି ଘଟିଛି କି ନାହିଁ ସେ ବିଷୟରେ ଅବଗତ ନୁହଁନ୍ତି । ବୋଧହୁଏ ସବୁକିଛି ସ୍ଥିର ହୋଇସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+